Below header

ଟ୍ରେନରେ ଯାତ୍ରୀଙ୍କ ତଣ୍ଟି କାଟିଲେ ଦମ୍ପତି, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ସିଟକୁ ନେଇ ବ୍ରହ୍ମପୁର ଅଞ୍ଚଳର ଚଗଲା ନାୟକଙ୍କ ସହ ଯାତ୍ରୀ ତ୍ରିନାଥଙ୍କ ପାଟି ତୁଣ୍ଡ ହୋଇଥିଲା l ଏନେଇ ଚଗଲା କୌଣସି ଧାରୁଆ ଅସ୍ତ୍ରରେ ତ୍ରିନାଥଙ୍କ ତଣ୍ଟି କାଟି ଦେଇଥିଲେ । ଏନେଇ ପାଖରେ ଥିବା ଯାତ୍ରୀ ଚନ୍ଦ୍ରଶେଖର ପାଟି କରିବାରୁ ଅଭିଯୁକ୍ତ ଚଗଲା ତାଙ୍କ ବେକରେ ମଧ୍ୟ ଆକ୍ରମଣ କରିଥିଲେ ।

ରାୟଗଡ଼ା(କେନ୍ୟୁଜ୍): ଗାନ୍ଧୀଧାମ-ପୁରୀ ଟ୍ରେନରେ ଚାଞ୍ଚଲ୍ୟ । ଟ୍ରେନରେ ଯାତ୍ରୀଙ୍କ ତଣ୍ଟି କାଟିଲେ ଦମ୍ପତି । ଟିଟିଲାଗଡ଼ରେ ଗାନ୍ଧୀଧାମ-ପୁରୀ ଟ୍ରେନ୍ ରେ ଗଣ୍ଡଗୋଳକୁ କେନ୍ଦ୍ରକରି ୨ ଯାତ୍ରୀଙ୍କ ତଣ୍ଟି କାଟିଦେଲେ ଦମ୍ପତି । ଆହତଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଟ୍ରେନର ସାଧାରଣ ବଗିରେ ଗଞ୍ଜାମ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳର ବି ଚନ୍ଦ୍ରଶେଖର ରେଡ୍ଡୀ, ସିକନ୍ଦରାବାଦର ବି ତ୍ରିନାଥ ଯାତ୍ରା କରୁଥିଲେ ।

ତେବେ ସିଟକୁ ନେଇ ବ୍ରହ୍ମପୁର ଅଞ୍ଚଳର ଚଗଲା ନାୟକଙ୍କ ସହ ଯାତ୍ରୀ ତ୍ରିନାଥଙ୍କ ପାଟି ତୁଣ୍ଡ ହୋଇଥିଲା । ଏନେଇ ଚଗଲା କୌଣସି ଧାରୁଆ ଅସ୍ତ୍ରରେ ତ୍ରିନାଥଙ୍କ ତଣ୍ଟି କାଟି ଦେଇଥିଲେ । ଏନେଇ ପାଖରେ ଥିବା ଯାତ୍ରୀ ଚନ୍ଦ୍ରଶେଖର ପାଟି କରିବାରୁ ଅଭିଯୁକ୍ତ ଚଗଲା ତାଙ୍କ ବେକରେ ମଧ୍ୟ ଆକ୍ରମଣ କରିଥିଲେ । ଘଟଣାର ଖବର ପାଇ ଟିଟିଲାଗଡ଼ ରେଳ ଜ ଙ୍କସନରେ ରେଳ ସୁରକ୍ଷା ବଳ ଉଭୟ ଆହତଙ୍କୁ ଆଣି ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛି । ଅଭିଯୁକ୍ତ ଚଗଲା ଏବଂ ତାଙ୍କ ପତ୍ନୀଙ୍କୁମଧ୍ୟ ଅଟକ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.