Below header

ବାଇକ୍‌କୁ ଧକ୍କା ଦେବା ପରେ ୮ ବର୍ଷର ପିଲାକୁ ଦେଢ କିମି ଘୋଷାଡି ନେଲା କାର, ୪ ମୃତ

ରୋହତକରେ ଦ୍ରୁତଗତିରେ କାର୍‌ ବାଇକ୍‌କୁ ଧକ୍କା ଦେଇଛି । କାର ଧକ୍କା ଦେବା ପରେ ୮ ବର୍ଷର ପିଲାକୁ ଦେଢ କିମି ଘୋଷାଡି ନେଇଛି । ଫଳରେ ପିଲା ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ହରିୟାଣାର ରୋହତକ୍‌ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୪ ଜଣଙ୍କର ପ୍ରାଣ ଚାଲିଯାଇଛି । ଦ୍ରୁତ ଗତିରେ ଆସୁଥିବା କାର ୮ବର୍ଷର ପିଲା ସହିତ ୩ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ମଧ୍ୟ ହୋଇଛନ୍ତି । କାର ଡ୍ରାଇଭର ୮ ବର୍ଷର ପିଲାକୁ ଧକ୍କା ମାରିବା ପରେ ଦେଢ କିଲୋମିଟର ଘୋଷାଡି ନେଇଥିଲା । ଆଉ ଏଥିପାଇଁ ପିଲାଟିର ଶରୀର ଅଧା ଘୋଷାଡି ନଷ୍ଟ ହୋଇଥିଲା । ତା’ ପରେ ଗାଡି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ଖବର ମୁତାବକ, କାରଟି ଜିନ୍ଦରୁ ରୋହତକ ଆଡକୁ ଯାଉଥିଲା । ଜିନ୍ଦ ବାଇପାସ୍‌ ଛକ ନିକଟରେ ରୋହତକରୁ ନିଜ ଗାଁକୁ ଯାଉଥିବା ଏକ ବାଇକକୁ ଧକ୍କା ଦେଇଥିଲା କାର । ଫଳରେ ବାଇକରେ ଥିବା ୮ ବର୍ଷର ପିଲାକୁ ଧକ୍କା ଦେଇ କାର ଦେଢ କିଲୋମିଟର ଘୋଷାଡି ନେଇଥିଲା । ଦୁର୍ଘଟଣାରେ ୪ ଜଣଙ୍କର ଜୀବନ ଚାଲିଯାଇଥିଲା । ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଅଲୀଗଂଜ ଥାନା ଗୁଲାଚୀନ ମନ୍ଦିର ନିକଟରେ ଦ୍ରୁତଗତିରେ ଆସିଥିବା ଏକ ସ୍କର୍ପିଓ ସ୍କୁଟିକୁ ଧକ୍କା ଦେଇଥିଲା। ଏହି ସ୍କୁଟିରେ ଦମ୍ପତିଙ୍କ ସହିତ ୨ ପିଲା ରହିଥିଲେ । ସ୍କର୍ପିଓ ସ୍କୁଟିକୁ ଧକ୍କା ଦେବା ଫଳରେ ସମସ୍ତେ ତଳେ ପଡିଯାଇଥିଲେ ଆଉ ଏମାନଙ୍କୁ କାରଟି ୧୦୦ ମିଟର ଘୋଷାଡି ନେଇଥିଲା । କିଛି ବାଟ ଯିବା ପରେ ସ୍କର୍ପିଓ ଗଛରେ ଧକ୍କା ଖାଇ ରହିଥିଲା । ଏହାପରେ ଲୋକେ ସେମାନଙ୍କୁ ସ୍କର୍ପିଓ ତଳୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଏଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.