କେତେବେଳେ ଶୋଇଥାନ୍ତି ମାଛ? ଜାଣନ୍ତୁ ସେମାନଙ୍କ ଆଖିପତା ଥାଏ କି ନଥାଏ

ଆମେ ଯେପରି ଶୋଇଥାଉ ମାଛମାନଙ୍କୁ ମଧ୍ୟ ବିଶ୍ରାମ ନେବାର ଆବଶ୍ୟକତା ରହିଛି । ଏହା ପୁରା ଦିନରେ କିମ୍ବା ରାତିରେ ଅଳ୍ପ ସମୟ ପାଇଁ ଶୋଇଥାନ୍ତି ଏବଂ ନିଜ ଥକାପଣକୁ ଦୂର କରିଥାନ୍ତି । ଶୋଇବା ସମୟରେ ମଧ୍ୟ ସେମାନଙ୍କ ମସ୍ତିଷ୍କ ଆକ୍ଟିଭ ରହିଥାଏ ।

ସୃଷ୍ଟିରେ ଅନେକ ଜୀବଜନ୍ତୁ ରହିଛନ୍ତି । ପ୍ରତ୍ୟେକ ଜୀବଯନ୍ତୁଙ୍କ ମଧ୍ୟରେ କିଛି ନା କିଛି ଆଶ୍ଚର୍ଯ୍ୟ କଲା ଭଳି ପ୍ରତିଭା ରହିଥାଏ । ଏହି ଜୀବଯନ୍ତୁଙ୍କ ମଧ୍ୟରୁ ମାଛ ଅନ୍ୟତମ । ମାଛମାନେ ଦେଖିବାକୁ ଖୁବ ସୁନ୍ଦର ହୋଇଥାନ୍ତି । ତେବେ ମାଛ ବିଭିନ୍ନ ପ୍ରଜାତିର ଥାଆନ୍ତି । ମାଛମାନେ ସମୁଦ୍ର, ହ୍ରଦ, ନଦୀ ଏବଂ ପୋଖରୀରେ ରହିଥାନ୍ତି । କିଛି ମାଛ ଖାଇବା ପାଇଁ ହୋଇଥିବାବେଳେ କିଛି ମାଛ ଆକ୍ୱାରିୟମରେ ସଜାଇ ରଖିବା ପାଇଁ ହୋଇଥାନ୍ତି । ସୁନ୍ଦର ସୁନ୍ଦର ମାଛମାନଙ୍କୁ ଆଣି ଆକ୍ୱାରିୟମରେ ରଖିବାକୁ ଲୋକମାନେ ଭଲ ପାଇଥାନ୍ତି । ତେବେ ଆପଣ ଆକ୍ୱାରିୟମରେ ରଖାଯାଇଥିବା ମାଛକୁ ତ ନିଶ୍ଚିତ ଦେଖିଥିବେ । କିନ୍ତୁ ଆପଣ କେବେ ଭାବିଛନ୍ତି କି ସବୁବେଳେ ପହଁରୁ ଥିବା ମାଛ କେବେ ଥକି ନଥାନ୍ତି କାହିଁକି । ଅନ୍ୟଏକ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ମାଛମାନେ କେତେବେଳେ ଶୋଇଥାନ୍ତି । ସେମାନଙ୍କର ଆଖିପତା ଥାଏ କି ନଥାଏ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ ।

ତେବେ ଏହି ପ୍ରଶ୍ନର ଉତ୍ତର ହେଉଛି ମାଛମାନେ ଅନ୍ୟ ଜୀବଙ୍କ ପରି ଥକିଥାନ୍ତି ଏବଂ ଶୋଇଥାନ୍ତି ମଧ୍ୟ । ଏମାନଙ୍କ ଶୋଇବାର ଉପାୟ ଟିକେ ଭିନ୍ନ । ତେବେ ଆସନ୍ତୁ ଜାଣିବା ଏମାନେ କିପରି ଶୋଇଥାନ୍ତି । ଆମେ ଯେପରି ଶୋଇଥାଉ ମାଛମାନଙ୍କୁ ମଧ୍ୟ ବିଶ୍ରାମ ନେବାର ଆବଶ୍ୟକତା ରହିଛି । ଏହା ପୁରା ଦିନରେ କିମ୍ବା ରାତିରେ ଅଳ୍ପ ସମୟ ପାଇଁ ଶୋଇଥାନ୍ତି ଏବଂ ନିଜ ଥକାପଣକୁ ଦୂର କରିଥାନ୍ତି । ମାଛମାନେ ଦିନରେ ଅଳ୍ପ ସମୟ ପାଇଁ ଶୋଇଥାନ୍ତି । କିନ୍ତୁ ଏହି ଶୋଇବା ସମୟରେ ମଧ୍ୟ ସେମାନଙ୍କ ମସ୍ତିଷ୍କ ଆକ୍ଟିଭ ରହିଥାଏ । ସେମାନେ ଗଭୀର ନିଦରେ ଶୋଇନଥାନ୍ତି ।

ମାଛମାନେ ପହଁରୁଥିବା ସମୟରେ ହିଁ ଶୋଇଯାଆନ୍ତି । ଆପଣ ଅନେକ ସମୟରେ ଦେଖିଥିବେ ଆକ୍ୱାରିୟମରେ ମାଛମାନେ କିଛି ସମୟ ପାଇଁ ପହଁରିବା ବନ୍ଦ କରିଦିଅନ୍ତି । ଏହି ସମୟରେ ହିଁ ମାଛମାନେ ଶୋଇଥାନ୍ତି ।

ଅଧିକାଂଶ ମାଛମାନଙ୍କ ଆଖିପତା ନଥାଏ । ଏପରିସ୍ଥିରେ କୁହାଯାଇପାରେ ମାଛମାନେ ଆଖି ଖୋଲି ଶୋଇଥାନ୍ତି । ମାଛମାନଙ୍କ କିଛି ପ୍ରଜାତିରେ ଆଖିପତା ରହିଥାଏ ଏବଂ ସେମାନେ ଆଖିପତା ବନ୍ଦ କରି ଶୋଇଥାନ୍ତି । ସମୁଦ୍ର କିମ୍ବା ପୋଖରୀରେ ମାଛମାନେ ପଥର ତଳେ କିମ୍ବା କୌଣସି ସୁରକ୍ଷିତ ସ୍ଥାନରେ ଲୁଚି ରହି ଶୋଇଥାନ୍ତି । ଶୋଇବା ସମୟରେ ମଧ୍ୟ ସେମାନଙ୍କ ମସ୍ତିଷ୍କ ଆକ୍ଟିଭ ରହିଥାଏ । ସେଥିପାଇଁ କୌଣସି ଶବ୍ଦ ହେବା ମାତ୍ରେ ସେମାନେ ଉଠି ଯାଇଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.