Below header

ବଦଳିଲା ଇତିହାସ, ଟ୍ରାନ୍ସଜେନ୍ଡରଙ୍କୁ ଦିଆଗଲା ଷ୍ଟେସନ ଦାୟିତ୍ୱ

ଷ୍ଟେସନ ଦାୟିତ୍ୱ ସମ୍ଭାଳିବେ ଟ୍ରାନ୍ସଜେନ୍ଡର । ନୋଏଡା- ଗ୍ରେଟର ନୋଏଡାର ଏକବା ଲାଇନ ସ୍ଥିତ ସେକ୍ଟର-50 ମେଟ୍ରୋ ଷ୍ଟେସନର କାର୍ଯ୍ୟଭାର ମଙ୍ଗଳବାର କିଛି ଟ୍ରାନ୍ସଜେନ୍ଡର କର୍ମଚାରୀ ମାନଙ୍କୁ ଦିଆଯାଇଥିଲା । ବିଭାଗରେ ନିୟୋଜିତ ୬ ଜଣ ଟ୍ରାନ୍ସଜେନ୍ଡର ଏହି ଦାୟିତ୍ୱ ନିଆଯାଇଥିବା ଜଣାଯାଇଛି । ଉତ୍ତର ଭାରତର ପ୍ରଥମ ଷ୍ଟେସନ ଭାବରେ ଏପରି ଏକ ପଦକ୍ଷେପ ନିଆ ଯାଇଥିବା ବେଳେ ଷ୍ଟେସନର ନାଁ ପରିବର୍ତ୍ତନ କରାଯାଇ ରେନବୋରୁ “ପ୍ରାଇଡ” ରଖାଯାଇଛି । ଟ୍ରାନ୍ସଜେନ୍ଡର ମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ନୋଏଡା ମେଟ୍ରୋ ରେଳ କର୍ପୋରେସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା ନେଇ ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଟ୍ରାନ୍ସଜେନ୍ଡର ମାନଙ୍କୁ ଦାୟିତ୍ୱ ଦିଆ ଯାଇଥିଲେ ମଧ୍ୟ ସମସ୍ତ ବର୍ଗର ଯାତ୍ରୀଙ୍କ ପାଇଁ ଯାତ୍ରାର ସୁବିଧା ରହିବ ବୋଲି କହିଛନ୍ତି । ଷ୍ଟେସନ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୋଏଡା ସାଂସଦ ମହେଶ ଶର୍ମା, ସ୍ଥାନୀୟ ବିଧାୟକ

noida

ପଙ୍କଜ ସିଂହ, ନୋଏଡା ପ୍ରାଧିକରଣ ସିଇଓ ଋତୁ ମାହେଶ୍ୱରୀ କର୍ମଚାରୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଏମଧ୍ୟରୁ ଦୁଇ ଜଣଙ୍କୁ ଟିକେଟ କାଉଣ୍ଟର ଓ ଦୁଇ ଜଣଙ୍କୁ ହାଉସ କ୍ୱିପିଙ୍ଗ ଦାୟିତ୍ୱ ଦିଆଯାଇଛି । ଏହି ଅବସରରେ ସାଂସଦ କହିଛନ୍ତିକି, ଦେଶର ପ୍ରଗତି ପାଇଁ ସମସ୍ତେ ଏକା ସାଥିରେ ମିଳିମିଶି କାମ କରିବା ଉଚିତ । ସମାଜର ଭେଦଭାବକୁ ଦୂର କରିବାକୁ ହେବ । ସେ ଏହା ମଧ୍ୟ କହିଛନ୍ତିକି, ଏଣିକି କେବଳ ରେଳ ବିଭାଗ ନୁହେଁ ଅନ୍ୟ ସଂସ୍ଥାନ ଗୁଡିକରେ ବି ଟ୍ରାନ୍ସଜେନ୍ଡରଙ୍କୁ ଦାୟିତ୍ୱ ଦିଆଯିବ । ଏପରି ଏକ ଭିନ୍ନ ପ୍ରୟାସ ପାଇଁ ନୋଏଡା ପ୍ରାଧିକରଣ ସିଇଓ ଋତୁ ମାହେଶ୍ୱରୀଙ୍କର ପ୍ରଶଂସା କରିଛନ୍ତି । ଆହୁରି ମଧ୍ୟ ଷ୍ଟେସନର ନାଁ ବଦଳାଇବା ବାବଦରେ ସେ କହିଛନ୍ତିକି, ଆମାଜନ ଜାନ ଓ ଅନ୍ୟ କେତେକ ସ୍ୱୟଂ ସହାୟକ ସଂଗଠନଙ୍କ ଠାରୁ ମତ ନିଆଯାଇ ଷ୍ଟେସନର ନାଁ ବଦଳା ଯାଇ “ପ୍ରାଇଡ” ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.