ଆଜି ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୫୪୦ କରୋନା ପଜିଟିଭ୍‌ ଚିହ୍ନଟ, ଗଲା ୧୨ ଜଣଙ୍କ ପ୍ରାଣ

ଭୁବନେଶ୍ବର: ଆଜି ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୫୪୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୮୮୬ ଓ ଲୋକାଲ କଣ୍ଟାକ୍ଟରୁ ୬୫୪ ପଜିଟିଭ୍‌ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୮ ସଂକ୍ରମିତ ବାହାରିଛନ୍ତି । ଏହାପଛକୁ ସୁନ୍ଦରଗଡ଼ରୁ ୧୧୧ ଓ ଅନୁଗୁଳରୁ ୧୦୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି । କଟକରେ ୧୦୦ ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୨ ଲକ୍ଷ ୮୫ ହଜାର ୪୮୨କୁ ବୃଦ୍ଧି ହୋଇଛି । ଚିକିତ୍ସିତ ହେଉଛନ୍ତି ମୋଟ ୧୬ ହଜାର ୩୦ ସଂକ୍ରମିତ ।

 ସେହିପରି ରାଜ୍ୟରେ ଦିନକରେ ୧୨ ଜଣଙ୍କ ପ୍ରାଣ ନେଇଛି ମହାମାରୀ ଭାଇରସ୍‌ । ଭୁବନେଶ୍ୱର,ଝାରସୁଗୁଡ଼ା,ନୂଆପଡ଼ାରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକ, ଗଞ୍ଜାମ, ସମ୍ବଲପୁର, ପୁରୀ, ସୁନ୍ଦରଗଡ଼ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଛି । ରାଜ୍ୟରେ କରୋନାଜନିତ ମୃତ୍ୟୁ ୧୨୮୪କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.