ଏହି ଗାଁରେ ରହିଛି ଫାଇଭ୍‌ ଷ୍ଟାର୍‌ ହୋଟେଲ ଭଳି ସୁବିଧା କିନ୍ତୁ ମଣିଷ ଶୂନ୍ୟ, ଜାଣନ୍ତୁ କାହିଁକି ?

ଦୁନିଆରେ ଏମିତି ଅନେକ ଜାଗା ରହିଛି, ଯାହା ବିଷୟରେ ବହୁତ କମ୍‌ ଲୋକଙ୍କୁ ଜଣା। କିଛି ଏମିତି ଜାଗା ମଧ୍ୟ ଉତ୍ତର କୋରିଆର କିଜୋଙ୍ଗ-ଡୋଙ୍ଗ ଗାଁ। ସୁନ୍ଦରତାରେ ଏହା କୌଣସି ସ୍ୱର୍ଗ ଠାରୁ ମଧ୍ୟ କମ୍‌ ନୁହେଁ। ଏହି ସ୍ଥାନ ସୁନ୍ଦରତାରେ ଭରପୂର କିନ୍ତୁ ଏଠାରେ ରହିବାକୁ କେହି ନାହିଁ। ଏହି ଗାଁରେ ବିଳାସପୂର୍ଣ୍ଣ ବିଲିଡିଂ, ସଫାସୁତରା ସଡକ, ପାଣି ଟାଙ୍କି, ବିଦ୍ୟୁତ, ଷ୍ଟ୍ରିଟ ଲାଇଟ୍‌ ସବୁକିଛି ସବୁିଧା ରହିଛି।

ସୂଚନାଯୋଗ୍ୟ, କିଜୋଙ୍ଗ-ଡୋଙ୍ଗ ଗାଁ ସାଉଥ କୋରିଆର ଏବଂ ନର୍ଥ କୋରିଆର ମିଲିଟ୍ରି ଜୋନରେ ରହିଛି। ୧୯୫୩ରେ କୋରିଆନ ଯୁଦ୍ଧ ପରେ ବିଶ୍ରାମ କରିବା ପାଇଁ ଏହି ଗାଁ ହୋଇଥିଲା। ଅନେକ ଲୋକ ଏହି ଗାଁକୁ ପ୍ରୋପାଗଣ୍ଡା ଗାଁ ମଧ୍ୟ କହନ୍ତି।

ଗାଁର ନିର୍ମାଣର ଇତିହାସ:

କିଜୋଙ୍ଗ ଡୋଙ୍ଗ ଗାଁର ନିର୍ମାଣର କାହାଣୀ ବହୁତ ରୋଚକ। ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ କୋରିଆ ଯୁଦ୍ଧର ସମାପ୍ତି ଅନପୌଚାରିକ ଭାବେ ହେଇଥିଲା। ସେତେବେଳେ ଏହି ଗାଁକୁ ନିର୍ମାଣ କରାଯାଇଥିଲା। ତିନି ବର୍ଷ ପର୍ଯ୍ୟନ୍ତ ଯୁଦ୍ଧରେ ୩୦ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ। ଏହି ଦୁଇଟି ଦେଶକୁ ଅଲଗା କରୁଥିବା ଅଞ୍ଚଳକୁ ଡିମିଲିଟ୍ରାଇଜ ଏରିଆ ଭାବେ ଜଣାଶୁଣା ଥିଲା। ଯୁଦ୍ଧ ସମୟରେ ଏହି ଦୁଇଟି ଦେଶ ନିଜର ନାଗରିକଙ୍କୁ ଏଠାରୁ ହଟାଇ ଦେଇଥିଲେ।
ଯୁଦ୍ଧ ବିରାମ ଘୋଷଣା ସମୟରେ ଏହା ନଷ୍ପତ୍ତି ନିଆଯାଇଥିଲା କି, ଏଠାରେ କେବଳ ଗୋଟିଏ ଗାଁର ନିର୍ମାଣ କରାଯାଇପାରିବ। ଏହି ସମୟରେ ଦକ୍ଷିଣ କୋରିଆ ନିଜ ସୀମାରେ ଥିବା ଫ୍ରିଡମ ଭିଲେଜ ରୂପେ ଜଣାଶୁଣା ଡ୍ରାଇସଙ୍ଗ-ଡୋଙ୍ଗକୁ ରଖିଥିଲା। ଏଠାରେ ପାଖାପାଖି ୨୨୬ ଲୋକ ରହୁଥିଲେ। କେବଳ ଏତିକି ନୁହେଁ, ଏଠାରେ ରହୁଥିବା ଗ୍ରାମବାସୀଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଗଲା ଏବଂ ରାତି ୧୧ଟା ପରେ କର୍ଫ୍ୟୁ ଲଗା ଯାଉଥିଲା।

village

ଅନ୍ୟପଟରେ ଉତ୍ତର କୋରିଆ ଶାନ୍ତି ଭିଲେଜ ନାମରେ ଏକ ନୂଆ ଗାଁ କିଜୋଙ୍ଗ-ଡୋଙ୍ଗର ନିର୍ମାଣ କରିଥିଲେ। ଏହି ଗାଁକୁ ନେଇ ଉତ୍ତର କୋରିଆ ଦାବି କରୁଛି ଯେ ଏଠାରେ ୨୦୦ ଲୋକ ରହିଛନ୍ତି। ପିଲାଙ୍କ ପାଇଁ କିଣ୍ଡରଗାର୍ଡେନ, ପ୍ରାଥମିକ ଏବଂ ମାଧ୍ୟମିକ ସ୍କୁଲ ଛଡା ହସପିଟାଲ ମଧ୍ୟ ରହିଛି। କିନ୍ତୁ ପର୍ଯ୍ୟବେକ୍ଷକଙ୍କ ମୁତାବକ ଏହି ଗାଁ ସଂପୂର୍ଣ୍ଣ ଶୂନଶାନ ଏବଂ ଏଠାରେ କେହି ନଥାନ୍ତି। ଲୋକଙ୍କ ଭ୍ରମରେ ରଖିବା ପାଇଁ ପ୍ରତିଦିନ ଦିନ ଗାଁରେ ସବୁଘରେ ଲାଇଟ ଜଳାଯାଏ। ସଡକରେ ସଫେଇ କର୍ମୀ ଝାଡୁ କରୁଥିବାର ନଜର ଆସନ୍ତି। କିନ୍ତୁ ଗାଁରେ କୌଣସି ଲୋକ ରୁହନ୍ତି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.