Below header

ନୀତୀଶ ସରକାରଙ୍କୁ ବଡ଼ ଝଟ୍‌କା, ବିହାରରେ ଜାତି ଜନଗଣନା ଉପରେ ପ୍ରତିବନ୍ଧକ ଲଗାଇଲେ ପାଟନା ହାଇକୋର୍ଟ

ପାଟନା ହାଇକୋର୍ଟ ବିହାରରେ ଜାତି ଜନଗଣନା ଉପରେ ରୋକ୍‌ ଲଗାଇଛନ୍ତି। ବିହାରରେ ହେଉଥିବା ଜାତି ଜନଗଣନା ଉପରେ ପ୍ରତିବନ୍ଧକ ଲଗାଇବାର ଆବେଦନ ଶୁଣିବା ପରେ ପାଟନା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଆଜି ଏହି ରାୟ ଦେଇଛନ୍ତି।

ପାଟନା ହାଇକୋର୍ଟ ବିହାରରେ ଜାତି ଜନଗଣନା ଉପରେ ରୋକ୍‌ ଲଗାଇଛନ୍ତି। ବିହାରରେ ହେଉଥିବା ଜାତି ଜନଗଣନା ଉପରେ ପ୍ରତିବନ୍ଧକ ଲଗାଇବାର ଆବେଦନ ଶୁଣିବା ପରେ ପାଟନା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଆଜି ଏହି ରାୟ ଦେଇଛନ୍ତି। ଗତ ତିନି ଦିନ ଧରି ପାଟନା ହାଇକୋର୍ଟରେ ଏହି ପ୍ରସଙ୍ଗରେ ବିତର୍କ ଚାଲିଥିଲା।

ଆବେଦନକାରୀଙ୍କ ଓକିଲ କହିଥିଲେ ଯେ ଜାତି ଜନଗଣନା କରିବାର ସରକାରଙ୍କ ନିଷ୍ପତ୍ତି ନାଗରିକମାନଙ୍କ ଗୋପନୀୟତାକୁ ଉଲ୍ଲଂଘନ କରୁଛି। ଅନ୍ୟପକ୍ଷରେ ବିହାର ସରକାରଙ୍କ ତରଫରୁ ଆଡ୍‌ଭୋକେଟ ଜେନେରାଲ ପି.କେ ଶାହି ସରକାରଙ୍କ ପକ୍ଷ ରଖିଥିଲେ ଏବଂ କହିଥିଲେ ଯେ ଲୋକମାନଙ୍କୁ କଲ୍ୟାଣକାରୀ ଯୋଜନାର ଲାଭ ଦେବା ପାଇଁ ଜାତି ଜନଗଣନା ଜରୁରୀ। ଏହା ସହିତ ସେ କହିଥିଲେ ଯେ ଭାରତର ସମ୍ବିଧାନର ଧାରା ୩୭ ଅନୁଯାୟୀ ନିଜ ନାଗରିକମାନଙ୍କ ବିଷୟରେ ତଥ୍ୟ ଖୋଜିବାର ଅଧିକାର ରାଜ୍ୟ ସରକାରଙ୍କର ରହିଛି।

ଏହା ପରେ ପାଟନା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ବିନୋଦ ଚନ୍ଦ୍ରନଙ୍କ ବେଞ୍ଚ ଗତକାଲି ରାୟ ସଂରକ୍ଷିତ ରଖିଥିଲେ ଏବଂ ଆଜି ହାଇକୋର୍ଟ ଏହାକୁ ତୁରନ୍ତ ପ୍ରତିବନ୍ଧକ ଲଗାଇବା ନେଇ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩ରେ ହେବ।

ଏହା ପୂର୍ବରୁ ଜାତି ଜନଗଣନା ଉପରେ ପ୍ରତିବନ୍ଧକ ଲଗାଇବାକୁ ନାଳନ୍ଦାର ଅଖିଳେଶ କୁମାର ସୁପ୍ରିମକୋର୍ଟ ଯାଇଥିଲେ। ସେତେବେଳେ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ପାଟନା ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ କହିଥିଲେ ଯେ ସେ ଯଦି ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତିରେ ସହମତ ହେବେ ନାହିଁ, ତେବେ ସୁପ୍ରିମକୋର୍ଟକୁ ଫେରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.