କାର ଚୋରି ହୋଇଗଲେ ରିଜେକ୍ଟ ହୋଇପାରେ ଇନସୁରାନ୍ସ କ୍ଲେମ, ଅଦୌ ବି କରନ୍ତୁନି ଏହି ୫ ଭୁଲ୍‌

ଏମିତି ଅନେକ ଭୁଲ ଅଛି ଯାହାଦ୍ୱାରା ଆପଣଙ୍କ ଚୋରି ହୋଇଗଲେ କିମ୍ବା ଭାଙ୍ଗିଗଲେ ଇନସୁରାନ୍ସ କ୍ଲେମ ରିଜେକ୍ଟ ହୋଇଯାଇଥାଏ । ଆମେ ଆପଣଙ୍କୁ ବର୍ତ୍ତମାନ ସେହି ୫ଟି ଭୁଲ ବିଷୟରେ ଜଣାଇବୁ ଯାହାକୁ ଆପଣ କରିବା ଉଚିତ ନୁହେଁ ନଚେତ ଇନସୁରାନ୍ସ କ୍ଲେମ ରିଜେକ୍ଟ ହୋଇଯିବ ।

କୌଣସି ବି ବାହନ ପାଇଁ ତାର ଇନସୁରାନ୍ସ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ । ଏହାସହିତ ଆଇନ ଅନୁଯାୟୀ ମଧ୍ୟ ଇନସୁରାନ୍ସ ରଖିବା ଜରୁରୀ । କାରରେ କୌଣସି ସ୍କ୍ରାଚେସ କିମ୍ବା ଗାଡିରଯ କୌଣସି ପାର୍ଟସ ଭାଙ୍ଗିଗଲେ କିମ୍ବା ଏହା ଚୋରୀ ହୋଇଗଲେ ଇନସୁରାନ୍ସ ବହୁତ ସାହାଯ୍ୟକାରୀ ପ୍ରମାଣିତ ହୋଇଥାଏ ପ । ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବାରୁ ରକ୍ଷା କରିଥାଏ ଏହି ଇନସୁରାନ୍ସ । ଆପଣ ଇନସୁରାନ୍ସ କ୍ଲେମ ଜରିଆରେ ନିଜ ଗାଡିର ଅର୍ଥକୁ ପୁଣି ଫେରିପାଇବେ । ଯଦିଓ ଏମିତି ଅନେକ ଭୁଲ ଅଛି ଯାହାଦ୍ୱାରା ଆପଣଙ୍କ ଚୋରି ହୋଇଗଲେ କିମ୍ବା ଭାଙ୍ଗିଗଲେ ଇନସୁରାନ୍ସ କ୍ଲେମ ରିଜେକ୍ଟ ହୋଇଯାଇଥାଏ । ଆମେ ଆପଣଙ୍କୁ ବର୍ତ୍ତମାନ ସେହି ୫ଟି ଭୁଲ ବିଷୟରେ ଜଣାଇବୁ ଯାହାକୁ ଆପଣ କରିବା ଉଚିତ ନୁହେଁ ନଚେତ ଇନସୁରାନ୍ସ କ୍ଲେମ ରିଜେକ୍ଟ ହୋଇଯିବ ।

ଯଦି କାର ଚୋରି ହେବା ପରେ ଆପଣ ସମୟ ଭିତରେ ଇନସୁରାନ୍ସ କ୍ଲେମ ପାଇଁ ଆପ୍ଲାଏ କରିପାରିନାହାଁନ୍ତି । ସେତେବେଳେ ଆପଣଙ୍କ କ୍ଲେମକୁ ରିଜେକ୍ଟ କରାଯାଇପାରେ । ଅର୍ଥାତ୍‌ କାର ଚୋରି ହେବାର ତୁରନ୍ତ ପରେ ହିଁ ଆପଣଙ୍କୁ ଏହାର ଇନସୁରାନ୍‌ ପ୍ରକ୍ରୀୟା ଆରମ୍ଭ କରିଦେବା ଉଚିତ ।

ଯଦି ଇନସୁରାନ୍ସ କମ୍ପାନୀକୁ ଯାଞ୍ଚ ସମୟରେ ଲାଗେ ଯେ ଆପଣ କାରକୁ ଚୋରି ହେବା ଠାରୁ ଅନେକ ପ୍ରଚେଷ୍ଟା କରିପାରିନାହାଁନ୍ତି ତାହେଲେ ମଧ୍ୟ ଆପଣଙ୍କ ଇନସୁରାନ୍ସ କ୍ଲେମ ରିଜେକ୍ଟ ହୋଇପାରେ ।

ଯଦି କାରର ଇନସୁରାନ୍ସ କାଗଜପତ୍ରରେ କୌଣସି ପ୍ରକାର ଡିଟେଲରେ ଗଡବଡ ମିଳୁଛି ଯାହାର ନାମ, ଉପନାମ ରେଜିଷ୍ଟ୍ରେସନ ନମ୍ବରର ମିସମ୍ୟାଚ ହେବା, ସେତେବେ ମଧ୍ୟ ଆପଣଙ୍କୁ କ୍ଲେମ ଦିଆଯିବନାର୍ହି ।

ଯଦି ଆପଣ କାରକୁ ପର୍ସନାଲ ବ୍ୟବହାର ପାଇଁ କିଣିଥିଲେ କିନ୍ତୁ ଆପଣ କମର୍ସିଆଲ ଭାବେ ଏହାର ବ୍ୟବହାର କରୁଥିଲେ ଏବଂ ଇନସୁରାନ୍ସ କମ୍ପାନୀକୁ ଏହା ବିଷୟରେ ଜଣାପଡିଗଲା,ତାହେଲେ ସେମିତି ସ୍ଥିତିରେ ମଧ୍ୟ ଆପଣଙ୍କୁ ଇନସୁରାନ୍ସ କ୍ଲେମ ମିଳିବନାହିଁ ।

ପଞ୍ଚମ ନିୟମ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ । ଯେତେବେଳେ ବି ଆପଣ ନୂଆ କାର କିଣିବେ, ସେତେବେଳେ ଆପଣଙ୍କୁ ଦୁଇଟି ଚାବି ଦିଆଯାଇଥାଏ । କାର ଚୋରୀ ହୋଇଗଲେ ଯଦି ଆପଣ ଉଭୟ ଚାବିକୁ ସବମିଟ କରିବେନାହିଁ ତାହେଲେ ମଧ୍ୟ ଆପଣଙ୍କ ଇନସୁରାନ୍ସ କ୍ଲେମ ରିଜେକ୍ଟ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.