Below header

ତୁର୍କୀ ଓ ସିରିଆ ପରେ ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ: ରିକ୍ଟର ସ୍କେଲରେ ତିବ୍ରତା ୬.୭ ରେକର୍ଡ

ଆଫଗାନିସ୍ତାନ ଓ ତାଜିକିସ୍ତାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ତାଜିକିସ୍ତାନରେ ଭୂକମ୍ପର ତୀବ୍ରତା ୬.୮ ରିକ୍ଟର ସ୍କେଲ ରହିଥିବା ବେଳେ ଆଫଗାନିିସ୍ତାନରେ ଏହାର ତୀବ୍ରତା ୬.୭ ରହିଥିଲା ।

ନୂଆଦିଲ୍ଲୀ : ତୁର୍କୀ ଓ ସିରିଆ ପରେ ଏବେ ଦୋହଲିଲା ଆଫଗାନିସ୍ତାନ । ଆଜି ସକାଳ ୬ଟା ୭ ମିନିଟରେ ଆଫଗାନିସ୍ତାନ ଓ ତାଜିକିସ୍ତାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ତାଜିକିସ୍ତାନରେ ଭୂକମ୍ପର ତୀବ୍ରତା ୬.୮ ରିକ୍ଟର ସ୍କେଲ ରହିଥିବା ବେଳେ ଆଫଗାନିିସ୍ତାନରେ ଏହାର ତୀବ୍ରତା ୬.୭ ରହିଥିଲା । ଆଫଗାନିସ୍ତାନର ଭୂକମ୍ପର କେନ୍ଦ୍ର ୨୬୫ କିଲୋମିଟର ଦୂରରେ ଫୈଜାବାଦ ରହିଥିଲା ।

ସେପଟେ ଚୀନ ସୀମାରେ ଥିବା ଅନେକ ଅଞ୍ଚଳରେ ମଧ୍ୟ ଭୂକମ୍ବ ଝଟକା ଅନୁଭୂତ ହୋଇଛି । ଭୂକମ୍ପରେ କ୍ଷୟକ୍ଷତି ନେଇ ଏଯାଏଁ କୌଣସି ସୂଚନା ମିଳିନାହିଁ । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହେବା ସମୟରେ ଦିଲ୍ଲୀ-ଏନସିଆରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ସେହିପରି ବୁଧବାର ନେପାଳ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୪ ରେକର୍ଡ କରାଯାଇଥିଲା । ନେପାଳ ରାଜଧାନୀ କାଠମାଣ୍ଡୁ ଠାରୁ ୬୯ କିମି ଦୂର ଜୁମଲାରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳି ରହିଥିଲା ବୋଲି ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.