ବାପା ମା‘ଙ୍କୁ ନିଜ ପାଖରୁ ଦୁରେଇ ନଦେବ ପାଇଁ ଛାତ୍ରଙ୍କ ଅଜବ କାଣ୍ଡ , ଶୁଣିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ

ସେ ବାସ୍ତବରେ ଚାହୁଁନଥିଲେ କି ତାଙ୍କ ବାପା ମା’ ତାଙ୍କପାଖରୁ ଦୁରକୁ ଯାଆନ୍ତୁ ବୋଲି । ଯାହାଫଳରେ ଫ୍ରାନ୍ସର ଜଣେ ଛାତ୍ର ନିଜର ମା ଏବଂ ବାପାଙ୍କୁ ନିଜ ପାଖରୁ ନଛାଡିବା ପାଇଁ ଏକ ଏପରି କାଣ୍ଡ କରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି । ୨୩ ବର୍ଷିୟ ଛାତ୍ର ଜଣଙ୍କ ବାପା ମା ଯାଉଥିବା ପ୍ଳେନର ପାଇଲଟଙ୍କୁ ଏକ ବେନାମ କଲ କରି  ପ୍ଳେନଟିରେ ହୋକ୍ସ ବମ୍ ଥିବା କହିଥିଲେ । ଯାହାଫଳରେ ପ୍ଳେନଟି ପୁନଶ୍ଚ ନିଜ ଗନ୍ତବ୍ୟ ସ୍ଥଳକୁ ନଯାଇ ପୁନଶ୍ଚ ଫେରିଆସିଥିଲା । ତେବେ ପ୍ଳେନଟି ୧୮ ଜାନୁଆରୀ ଦିନ ଫ୍ରାନ୍ସର ଲେୟନ୍ ରୁ ରିନିଜ୍ କୁ ଯାଉଥିଲା । ତେବେ ଏହି ଘଟଣା ପରେ ଉକ୍ତ ଛାତ୍ର ଜଣଙ୍କୁ ମିଛ ତଥ୍ୟ ଦେବା ପାଇଁ ହେପାଜତକୁ ନିଆଯାଇଛି । ନିଜ ବାପା ମା’ଙ୍କୁ ନଯିବାକୁ ଦେବା ପାଇଁ ସେ ଏପରି କରିଥିବା ଜଣେ ସରକାରୀ ଓକିଲ କହିଛନ୍ତି । ସୂଚନା ମୁତାବକ ଯଦି ଏନେଇ ଛାତ୍ରଙ୍କ ଉପରେ ମାମଲା ରୁଜୁ ହୁଏ, ତେବେ ଛାତ୍ର ଜଣଙ୍କୁ ୫ବର୍ଷ ପର‌୍ୟ୍ୟନ୍ତ ଜେଲଦଣ୍ଡ ସହିତ ୮୫ ଡଲାର ଜୋରିମାନା ଦେବାକୁ ପଡିବ ।

Leave A Reply

Your email address will not be published.