Below header

ସୁପ୍ରିମ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଲକ ଡାଉନରେ କର୍ମଚାରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ଦରମା

ନୂଆଦିଲ୍ଲୀ: ଆଜି ମାନ୍ୟବର ସୁପ୍ରିମ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଲକଡାଉନ ସମୟରେ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ପ୍ରଦାନ ନେଇ ଆଜି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏବାବଦରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତିକି, ଏନେଇ ନିଯୁକ୍ତିଦାତା ଏବଂ କର୍ମଚାରୀ ନିଜ ନିଜ ଭିତରେ ମଧ୍ୟରେ ଆପୋସ ବୁଝାମଣା କରିବେ । ସମ୍ପୂର୍ଣ୍ଣ ଦରମା ପ୍ରଦାନ ନେଇ କମ୍ପାନୀ ନିଯୁକ୍ତିଦାତାଙ୍କ ବିରୋଧରେ କୌଣସି ଦଣ୍ଡମୂଳକ କାର୍ଯ୍ୟନୁଷ୍ଠାନ ନିଆଯିବ ନାହିଁ ।

ଜଷ୍ଟିସ ଅଶୋକ ଭୁଷଣଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ବେଞ୍ଚ ଏହି ରାୟ ଶୁଣାଇଛନ୍ତି । କରୋନା ମହାମାରୀ ଲକ୍‌ଡାଉନ୍‌ ପାଇଁ ୫୪ ଦିନ ଅବଧି ମଧ୍ୟରେ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ବେତନ ଏବଂ ଦେୟ ପ୍ରଦାନ କରିବାକୁ ଗୃହ ମନ୍ତ୍ରାଳୟର ଆଦେଶକୁ ଚ୍ୟାଲେଞ୍ଜ କରି ଏମ୍‌ଏସ୍‌ଏମ୍‌ଇ ସମେତ ଅନେକ କମ୍ପାନୀ ସୁପ୍ରିମକୋର୍ଟରେ ଏକ ଆବେଦନ ଦାୟର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.