ପାଣି କାଢୁଥିବା ବେଳେ ଭାରସାମ୍ଯ ହରାଇ କୂଅ ଭିତରକୁ ଗଳି ପଡିଲେ ମହିଳା, ଚାଲିଗଲା ଜୀବନ

ଟାଙ୍ଗୀ(କେନ୍ଯୁଜ୍): କୂଅରୁ ପାଣି କାଢୁଥିବା ବେଳେ କୂଅରେ ଗଳିପଡି ମହିଳା ମୃତ । ମୃତକଙ୍କ ନାମ ପ୍ରତିମା ବେହେରା (୩୫ ବର୍ଷ) । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ବେଣା ଗାଡିଆ ସାହିର ବୋଲି ଜଣା ପଡିଛି । ବର୍ଷା ପବନ ଯୋଗୁ ସୋରଣ ଅଂଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ଥିବା ଯୋଗୁ ପ୍ରତିମା କୂଅରୁ ବାଲଟି ସାହାର୍ଯ୍ୟରେ ପାଣି କାଢୁଥିଲେ। ପାଣି କାଢୁଥିବା ବେଳେ କୂଅ ଉପରେ ପଡିଥିବା ସିମେଣ୍ଟ ସ୍ଲାବ ହଠାତ୍ ଭାଙ୍ଗି ଯାଇଥିଲେ । ଫଳରେ ମହିଳା ଜଣକ ଭାରସାମ୍ୟ ହରାଇ କୁଅ ମଧ୍ୟ୍ୟକୁ ଗଳି ପଡିଥିଲେ ।

ମହିଳା ଜଣଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରି ବିଫଳ ହୋଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କରି ମହିଳାଙ୍କୁ ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତି କରିଥିଲେ । ଘଟଣାସ୍ଥଳରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.