Below header

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ମୟୁରଭଞ୍ଜ ଜିଲ୍ଲା ମୁଖ୍ୟ ପଶୁରୋଗ ଚିକିତ୍ସା ଅଧିକାରୀ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ମୁଖ୍ୟ ପଶୁରୋଗ ଚିକିତ୍ସା ଅଧିକାରୀ( ସିଡିଭିଓ) ଅଭୟ କୁମାର ତ୍ରିପାଠୀ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ୩ ଲକ୍ଷ ୯୧ ହଜାର ଟଙ୍କା ନେଇ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ କର୍ତ୍ତୃପକ୍ଷ ଧରିଥିବା ଜଣାଯାଇଛି । ସୂଚନା ମୁତାବକ ସେ ନିଜ ସରକାରୀ ଗାଡିରେ ହିଁ ଏହି ଲାଞ୍ଚ ଟଙ୍କା ନେଇ ଯାଉଥିଲେ । କୌଣସି ସୂତ୍ରରୁ ଖବର ପାଇ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଠାରେ ଧରିଲା ଭିଜିଲାନ୍ସ ବିଭାଗ ।

baripada vigilance

ସୂଚନା ମୁତାବକ ଭିଜିଲାନ୍ସ ବିଭାଗର ବାଲେଶ୍ୱର ୟୁନିଟ ପକ୍ଷରୁ ଚଢାଉ କରାଯାଇଛି । ସିଡିଭିଓ ଅଭୟ କୁମାର ତ୍ରିପାଠୀ ବେଆଇନ ଭାବେ ଟଙ୍କା ନେଇଯାଉଥିବା ଖବର ପାଇ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.