ପ୍ରବାସୀ ଶ୍ରମିକଙ୍କ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥିଲା ଛତାବର ପଞ୍ଚାୟତ, ଯେଉଁଥିପାଇଁ ଧନ୍ୟବାଦ ଜଣାଇଲେ ଝାଡଖଣ୍ଡ ବିଧାୟକ

ଖୋର୍ଦ୍ଧା ( କେ ନ୍ୟୁଜ) : ଅତିଥି ଦେବୋ ଭବଃ । ଏହାକୁ ପାଳନ କରିବାରେ ଶୀର୍ଷରେ ଓଡିଶା ସରକାର। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାର ଛତାବର ପଞ୍ଚାୟତରେ । ବାହାର ରାଜ୍ୟର ଶ୍ରମିକମାନେ ସେହି ରାସ୍ତା ଦେଇ ଯିବା ସମୟରେ, ସେମାନଙ୍କୁ ସେଠାରେ ରଖି ସବୁ ପ୍ରକାରର ବନ୍ଦୋବସ୍ତ କରିଥିଲେ ସ୍ଥାନୀୟ ସରପଂଚ । ଓଡିଶାର ଏପରି ଆତିଥ୍ୟରେ ଶତମୁଖ ହୋଇ ପ୍ରଶଂସା କରିଛନ୍ତି ଝାଡଖଣ୍ଡ ସରକାର।

chatabar

ଝାଡଖଣ୍ଡ ବିହାର ଅଚଂଳର ଶତାଧିକ ଲୋକେ ଛତାବର ଗ୍ରାମ ଦେଇ ଯିବା ସମୟରେ ସ୍ଥାନୀୟ ପୋଲିସ, ଜିଲ୍ଲା ପ୍ରଶାସନ ଓ ସରପଂଚଙ୍କ ତତ୍ତ୍ୱାବଧାନରେ ସେମାନଙ୍କୁ ସେଠାରେ ମାସେ ପର୍ଯ୍ୟନ୍ତ ରଖାଯାଇଥିଲା । ସେଠାରେ ସେମାନଙ୍କୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥିଲା । ଖାଇବା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ମଧ୍ୟ ପ୍ରଦାନ କରାଯାଇଥିଲା ।

cc

ସେମାନଙ୍କୁ ନିଜ ନିଜ ଅଚଂଳକୁ ଫେରିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ବସ୍‌ ଯୋଗେ ସେମାନେ ନିଜ ନିଜ ଘରକୁ କିପରି ଘରକୁ ଯିବେ ତା’ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଏହାକୁ ଝାଡଖଣ୍ଡର ବିଧାୟକ ଛତାବର ପଂଚାୟତର ସରପଂଚଙ୍କ ସହ ଫୋନ ଯୋଗେ କଥା ହୋଇ ଧନ୍ୟବାଦ ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.