ସର୍ଜିକାଲ ଷ୍ଟ୍ରାଇକର ସତ ବନାମ ପ୍ରଚାର

ନୂଆଦିଲ୍ଲୀ : ସର୍ଜିକାଲ ଷ୍ଟ୍ରାଇକୁ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି, ରାଜନୀତି ମଧ୍ୟ ହୋଇଛି। ଭାରତୀୟ ସେନାର ସେହି ଅପରେସନକୁ ୨ ବର୍ଷରୁ ଅଧିକ ସମୟ ହେଲାଣି, କିନ୍ତୁ ପ୍ରଶ୍ନ ସରୁନାହିଁ। ଏବେ ସର୍ଜିକାଲ ଷ୍ଟ୍ରାଇକ୍‌ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଲେଫ୍ଟନାଣ୍ଟ ଜେନେରାଲ ଡି.ଏସ୍‌ ହୁଡା କହିଛନ୍ତି, ସଫଳ ଥିଲା ସର୍ଜିକାଲ ଷ୍ଟ୍ରାଇକ୍‌। କିନ୍ତୁ ଏହାକୁ ନେଇ ରାଜନୀତି ହେଲା ଓ ଅତ୍ୟଧିକ ପ୍ରଚାର କରାଗଲା। ଏପରି ବୟାନ ପୁଣି ସାଧାରଣରେ ନୂଆ ଗୁଞ୍ଜରଣ ସୃଷ୍ଟି କରିଛି ।

୨୦୧୬ ସେପ୍ଟେମ୍ବର ୨୯ରେ ପିଓକେରେ ଭାରତୀୟ ସେନା କରିଥିଲା ହମ୍‌ଲା। ଏହା ପରଠାରୁ ଦେଶରେ ବହୁଳ ଭାବେ ବ୍ୟବହାର ସର୍ଜିକାଲ ଷ୍ଟ୍ରାଇକର ଶବ୍ଦ। ନିର୍ବାଚନୀ ସଭାରେ ଏ କଥା ବାରମ୍ବାର ଉଠିଲା। ଅପରେସନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଡିଏସ ହୁଡା କହିଛନ୍ତି, ସର୍ଜିକାଲ ଷ୍ଟ୍ରାଇକ ସଫଳ ଥିଲା। ପରିସ୍ଥିତି ଅନୁସାରେ ଆବଶ୍ୟକ ଥିଲା। କିନ୍ତୁ ଆବଶ୍ୟକଠାରୁ ଅଧିକ ପ୍ରଚାର କରାଯାଇଥିଲା। ଦିଆଯାଇଥିଲା ରାଜନୈତିକ ରୂପ। ଏପରି ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ସର୍ଜିକାଲ ଷ୍ଟ୍ରାଇକକୁ ନେଇ ସାଧାରଣ ଜନତାଠାରୁ ଆରମ୍ଭ କରି ରାଜନୈତିକ ସ୍ତରରେ, ଭିନ୍ନଭିନ୍ନ ମତ ରଖାଯାଉଛି। ଏବେ ସେହି ଅପରେସନରେ ସାମିଲ ଅଧିକାରୀଙ୍କ ବୟାନକୁ ବ୍ୟକ୍ତିଗତ ବୋଲି କହିଛନ୍ତି ସେନାଧ୍ୟକ୍ଷ। କିନ୍ତୁ ତାଙ୍କୁ କଥାକୁ ସମ୍ମାନ ଦିଅନ୍ତି ବୋଲି କହିଛନ୍ତି ଜେନେରାଲ ବିପିନ ରାୱତ।

୧୮ ସେପ୍ଟେମ୍ବର ୨୦୧୬ରେ ଉରିରେ ଆର୍ମି ବ୍ରିଗେଡ୍‌ ହେଡ୍‌ କ୍ୱାର୍ଟର ଉପରେ ଆକ୍ରମଣ କରିଥିଲେ ଆତାଙ୍କବାଦୀ। ସହିଦ ହୋଇଥିଲେ ୧୭ ଯବାନ ୧୦ଦିନ ପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରି ଭାରତ ଜବାବ୍‌ ଦେଲା। ସେନାର ସାହସିକ ପଦକ୍ଷେପକୁ କେନ୍ଦ୍ର ସରକାର ଜୋରଦାର ପ୍ରଚାର କରିଥିଲେ। ଅପରେସନ ସମୟର ଅନେକ ଭିଡ଼ିଓ ମଧ୍ୟ ଜାରି ହୋଇଥିଲା। ଏହାସହ ଏଥିରେ ଲାଗିଥିଲା ରାଜନୈତିକ ରଙ୍ଗ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.