Below header

ଏହି ଦେଶରେ ସାର୍ବଜନୀନ ସ୍ଥାନରେ ବୁର୍ଖା ପିନ୍ଧିବା ମନା, ଜାଣନ୍ତୁ କେଉଁଠି

ସ୍ୱିଜରଲାଣ୍ଡରେ ସାର୍ବଜନୀନ ସ୍ଥାନରେ ବୁର୍ଖା ପିନ୍ଧିବା ବ୍ଯାନ କରାଯାଇଛି। ବୁର୍ଖାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ରବିବାର ଏହା ଉପରେ ଜନମତ ସଂଗ୍ରହ କରାଯାଇଥିଲା । ଜନମତ ସଂଗ୍ରହରେ ସାର୍ବଜନୀନ ସ୍ଥାନରେ ବୁର୍ଖା ଉପରେ ବ୍ୟାନ୍ ଲଗାଇବାକୁ ଲୋକମାନେ ମତଦାନ କରିଥିଲେ । ରୟଟର୍ସ ଅନୁସାରେ, ୫୦ ପ୍ରତିଶତରୁ ଅଧିକ ଲୋକ ବ୍ୟାନ୍ ପକ୍ଷରେ ମତଦାନ କରିଥିଲେ । ପ୍ରାୟ ୫୪ ପ୍ରତିଶତ ଭୋଟର ବୁର୍ଖା ଓ ନକାବକୁ ବେଆଇନ ଘୋଷିତ କରିବାକୁ ଦାବି କରିଥିଲେ ।

ଏହି ଆଇନ ଲାଗୁ ହେବା ପରେ ମହିଳାମାନେ ସାର୍ବଜନିନ ସ୍ଥାନ ରେଷ୍ଣୁରାଣ୍ଟ, ଷ୍ଟାଡିୟମ, ପବ୍ଲିକ ଟ୍ରାନ୍ସପୋର୍ଟ ସିଷ୍ଟମ ଏବଂ ସଡକରେ ବୁର୍ଖା ପିନ୍ଧି ଚାଲିବାକୁ ମନା କରାଯାଇଛି। କିନ୍ତୁ ସ୍ୱିଜରଲାଣ୍ଡ ସଂସଦ ଓ ଦେଶର ସଙ୍ଘୀୟ ସରକାରଙ୍କ ୭ ଜଣିଆ କମିଟି କିନ୍ତୁ ଜନମତ ସଂଗ୍ରହ ପ୍ରସ୍ତାବକୁ ବିରୋଧ କରିଥିଲେ ।

ସୂଚନାନୁସାରେ, ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବା ଦରକାର ନା ନାହିଁ ତାକୁ ନେଇ ଭୋଟିଂ ହୋଇଥିଲା । ୟୁରୋପରେ ଆତଙ୍କୀ ହାମଲା ସଂଖ୍ଯା ବଢିବାରେ ଲାଗିଛି। ଫ୍ରାନ୍ସ ଏପରି ଆକ୍ରମଣ ହେବାର ଲକ୍ଷ୍ଯ ରହିଛି।

ଏହାକୁ ନେଇ ସ୍ୱିସ୍ ମୁସଲମାନଙ୍କ କହିବାନୁସାରେ, ଦକ୍ଷିଣପନ୍ଥୀ ଦଳମାନେ ମୁସଲମାନଙ୍କୁ ଶତ୍ରୁ ଭାବେ ବ୍ୟବହାର କରୁଛନ୍ତି। ଏପରି ନିଷେଦ୍ଧାଦେଶ ପାଇଁ ଦେଶରେ ଲୋକଙ୍କ ମଧ୍ୟରେ ମତଭେଦ ବଢିବ । ସୂଚନାଯୋଗ୍ୟ, ଫ୍ରାନ୍ସରେ ୨୦୧୧ରେ ବୁର୍ଖା ଉପରେ ବ୍ୟାନ୍ ଲାଗିଥିଲା । ସେହିପରି ଡେନମାର୍କ, ଅଷ୍ଟ୍ରିଆ, ନେଦରଲ୍ୟାଣ୍ଡ ଓ ବୁଲଗେରିଆରେ ମଧ୍ୟ ବୁର୍ଖା ପିନ୍ଧିବାକୁ ନେଇ କଟକଣା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.