ଦୀର୍ଘ ଦିନ ପରେ ସୋସିଆଲ ମିଡିଆକୁ ଫେରିଲେ ରିୟା ଚକ୍ରବର୍ତ୍ତୀ, ମହିଳା ଦିବସରେ ସେୟାର କଲେ ସ୍ପେଶାଲ ପୋଷ୍ଟ

ଆଜି ପୂରା ଦୁନିଆ ପାଳନ କରୁଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ନିଜ ଫ୍ୟାନ୍‌ଙ୍କୁ ମହିଳା ଦିବସର ଶୁଭକାମନା ଜଣାଉଛନ୍ତି। ଇତି ମଧ୍ୟରେ ଦୀର୍ଘ ଦିନ ହେଲା ସୋସିଆଲ ମିଡିଆରୁ ଦୂରେଇ ରହିଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ମଧ୍ୟ ନିଜ ଜୀବନର ସବୁଠୁ ଖାସ୍‌ ମହିଳାଙ୍କୁ ଓମେନ୍‌ ଡେ’ର ଶୁଭକାମନା ଜଣାଇଛନ୍ତି। ଏହି ମହିଳା ଆଉ କେହି ନୁହେଁ ବରଂ ତାଙ୍କ ମା’।

ରିୟା ଚକ୍ରବର୍ତ୍ତୀ ନିଜ ମା’ଙ୍କ ହାତ ଧରିଥିବା ଏକ ଫଟୋ ସେୟାର କରିଛନ୍ତି। ଫଟୋର କ୍ୟାପସନ୍‌ରେ ସେ ଲେଖିଛନ୍ତି, ଆମକୁ ମହିଳା ଦିବସର ଅଭିନନ୍ଦନ। ମା’ ଆଉ ମୁଁ। ସବୁବେଳେ ଏକାଠି। ମୋ ବଳ, ମୋ ବିଶ୍ୱାସ, ମୋ ଭାଗ୍ୟ… ମୋ ମା’।

 

View this post on Instagram

 

A post shared by Rhea Chakraborty (@rhea_chakraborty)


ରିୟା ଚକ୍ରବର୍ତ୍ତୀ ଦୀର୍ଘ ଦିନ ଧରି ସୋସିଆଲ ମିଡିଆରୁ ଦୂରରେ ଥିଲେ। ସେ ଅଗଷ୍ଟ ୨୦୨୦ରେ ଶେଷ ପୋଷ୍ଟ କରିଥିଲେ। ସେତେବେଳେ ସେ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓଟି ସେ ଘର ଭିତରୁ କରିଥିଲେ। ସେହି ସମୟରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରାଯାଉଥିଲା। ଏଣୁ ମିଡିଆ ତାଙ୍କ ଘର ସାମ୍ନାରେ ଭିଡ଼ ଜମାଇଥିଲେ। ଏଥିପାଇଁ ସେ ମୁମ୍ବାଇ ପୋଲିସକୁ ସୁରକ୍ଷା ପାଇଁ ନିବେଦନ କରିଥିଲେ।

 

View this post on Instagram

 

A post shared by Rhea Chakraborty (@rhea_chakraborty)


ସୂଚନାଯୋଗ୍ୟ ଯେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକଙ୍କ ସମେତ ପ୍ରାୟ ୩୩ ଜଣଙ୍କ ବିରୋଧରେ ୧୨,୦୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ଥିବା ଜଣାପଡ଼ିଥିଲା। ଫଳରେ ଏବେ ଏନ୍‌ସିବି ମାମଲାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.