Below header

ବଦଳୁଛି ତାଜ୍‌ ମହଲର ରଙ୍ଗ, ସରକାର ମାନିଲେ

ନୂଆଦିଲ୍ଲୀ : ତାଜ୍‌ ମହଲର ରଙ୍ଗ ବଦଳୁଛି । ପରିବେଶ ପ୍ରଦୂଷଣ ଯୋଗୁଁ ତାଜ ମହଲର ରଙ୍ଗ ବଦଳିବାରେ ଲାଗିଛି । ବାୟୁ ପ୍ରଦୂଷଣ ପ୍ରଭାବରେ ଏହି ମାର୍ବଲ ସ୍ମାରକୀ ଉପରେ ଏକ ପରସ୍ତ ଜମି ଯିବା ଫଳରେ ଏହାର ରଙ୍ଗ ବଦଳିଯିବା ଭଳି ଲାଗୁଛି । ଏହି ସୂଚନା ଦେଇଛି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଏଏସ୍‌ଆଇ । ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଏଏସ୍‌ଆଇର ଏହି ସୂଚନା ବିଷୟରେ କେନ୍ଦ୍ର ସରକାର କହିଛନ୍ତି । ଏହାକୁ ସଫା କରିବା ପାଇଁ କିଛି ସ୍ୱତନ୍ତ୍ର ବୈଷୟିକ ଯୋଜନା ଆବଶ୍ୟକ ବୋଲି ଗୃହକୁ ସୂଚନା ଦେଇ କହିଛନ୍ତି ପରିବେଶ ମନ୍ତ୍ରୀ ମହେଶ ଶର୍ମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.