Below header

କାଲି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ, ପ୍ରଧାନମନ୍ତ୍ରୀଙ୍କ ସଭା ପାଇଁ ନିୟୋଜିତ ରହିବେ ୪୫ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର : ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ । କାଲି ଅପରାହ୍ଣ ୧ଟା ୫ରେ ମୋଦି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ୧ଟା୪୦ରେ ଅରୁଗୁଳ ଆଇଆଇଟି କ୍ୟାମ୍ପସରେ ପହଞ୍ଚିବେ। ତେଣୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା କଡ଼ାକଡ଼ି । ଭୁବନେଶ୍ୱର ଏୟାରପୋର୍ଟରୁ ଅରଗୁଳୁ ପର୍ଯ୍ୟନ୍ତ ପୋଲିସ ଛାଉଣୀ । ଆଜି କାରକେଡ୍‌ ରିହରସାଲ୍‌ କରିଛି କମିଶନରେଟ ପୋଲିସ । ଯଦିଓ ସଡ଼କପଥରେ ପ୍ରଧାନମନ୍ତ୍ରୀ ଯାଆସ କରିବା କାର୍ଯ୍ୟକ୍ରମ ନାହିଁ, ତଥାପି ଜରୁରିକାଳୀନ ପରିସ୍ଥିତି ପାଇଁ କାର୍‌କେଡ୍‌ ରିହରସାଲ୍‌ କରାଯାଇଛି । ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି ନିଜେ ଭୁବନେଶ୍ୱର ଡିସିପି । ମୁତୟନ ରହିବେ ୩୦ ପ୍ଲାଟୁନ୍‌ ଫୋର୍ସ ।

ଖୋର୍ଦ୍ଧାରେ ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳରେ ବି କଡ଼ା ସୁରକ୍ଷା ବ୍ୟବସ୍ଥା । ଖାଦ୍ୟ ପୁଡିଆ, ପାଣି ବୋତଲ, ପାଣି ପାଉଚ୍‌ ନେବା ଉପରେ କଟକଣା ଲାଗିଛି । ମୁୟତନ ରହିବେ ୪୫ ପ୍ଲାଟୁନ୍‌ ଫୋର୍ସ । ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ ୧୦୦ରୁ ଅଧିକ ପୋଲିସ ଅଧିକାରୀ, ୪ଜଣ ଏସ୍‌ପିଙ୍କ ସମେତ ୧୦ଜଣ ଏଏସ୍‌ପି ଓ ୪୫ଜଣ ଆଇଆଇସି ର‍୍ୟାଙ୍କର ଅଧିକାରୀ । ସେହିପରି ଟ୍ରାଫିକ୍‌ ନିୟନ୍ତ୍ରଣ ଓ ପାର୍କିଂ ବ୍ୟବସ୍ଥାକୁ ବି ଗୁରୁତ୍ୱ ଦିଆଯାଇଛି ।

ଗସ୍ତ ପୂର୍ବରୁ ପ୍ରଧାମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସ୍ପେଶାଲ୍‌ ପ୍ରୋଟେକ୍ସନ ଗ୍ରୁପ ବା ଏସ୍‌ପିଜି ଭୁବନେଶ୍ୱର ଓ ଖୋର୍ଦ୍ଧାରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.