Below header

ମହିଳାଙ୍କ ଗାଧୋଇବା ଉପରେ କଠୋର କଟକଣା ଲଗାଇଲେ ତାଲିବାନୀ

କାବୁଲ : ତାଲିବାନ ନାଁ ଶୁଣିଲେ ଆମମାନଙ୍କର ଦେହ ଶୀତେଇ ଉଠେ । ସେମାନଙ୍କ ଅତ୍ୟାଚାର ଏବଂ କଠୋର ନିୟମ କାନୁନରେ ଚଳିବା ଅତ୍ୟନ୍ତ କଷ୍ଟକର । ଏବେ ତ ଆଫଗାନିସ୍ତାନରେ ତାଙ୍କରି ଶାସନ ଚାଲିଛି । ପ୍ରତିଦିନ କିଛି ନୂଆ ନିୟମ ସାମନାକୁ ଆସୁଛି । ଏବେ ଏଭଳି ଏକ ନିୟମ କରାଯାଇଛି ଯାହାକୁ ଆପଣ ଶୁଣିଲେ ହସିବେ କି କାନ୍ଦିବେ ଭାବି ପାରିବେ ନାହିଁ ।

ଆଫଗାନିସ୍ତାନର ବଲ୍‌କ ଅଞ୍ଚଳରେ ଏହି ନିୟମକୁ ଲାଗୁ କରାଯାଇଛି । ସ୍ଥାନୀୟ ମହିଳାମାନେ ସାର୍ବଜନିକ ସ୍ଥାନରେ ଥିବା ବାଥ୍‌ରୁମ୍‌ରେ ଗାଧୋଇ ପାରିବେ ନାହିଁ । ଏମିତିକି ନିଜ ଘର ବାଥ୍‌ରୁମ୍‌ରେ ବି ଗାଧୋଇବା ବେଳେ ଆଉ ଏକ କଡ଼ା ନିୟମ ପାଳନ କରିବାକୁ ହେବ । ଅର୍ଥାତ୍‌ ନିଜ ବାଥ୍‌ରୁମ୍‌ରେ ଗାଧୋଇବେ ଯେ ହେଲେ ବୁର୍ଖା ପିନ୍ଧି ଗାଧୋଇବାକୁ ପଡ଼ିବ । ସ୍ଥାନୀୟ ମୁଖିଆ, ଧର୍ମଗୁରୁ ଏବଂ ବରିଷ୍ଠ ବ୍ୟକ୍ତିମାନେ ମିଳିତ ଭାବେ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଏଠାକାର ଘରେ ଘରେ ପ୍ରାୟତଃ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଗାଧୁଆଘର ନାହିଁ । ପୁରୁଷଙ୍କ ପାଇଁ ରହିଛି । ତେଣୁ ପୁରୁଷଙ୍କ ବାଥ୍‌ରୁମ୍‌ରେ ମହିଳାମାନଙ୍କୁ ଗାଧୋଇବାକୁ ଅନୁମତି ଦିଆଯାଇଛି । ହେଲେ ଏହି ନିୟମ ସହ ସେମାନେ ଗାଧୋଇ ପାରିବେ । ବୁର୍ଖା ପିନ୍ଧି ପୁରୁଷଙ୍କ ବାଥ୍‌ରୁମ୍‌ରେ ଗାଧୋଇବେ ।

ଆହୁରି ମଧ୍ୟ ପୁରୁଷମାନେ ବଡି ମସାଜ୍‌ କରି ପାରିବେ ନାହିଁ । କାର୍‌ର ଆଗ ସିଟ୍‌ରେ ଦୁଇ ଜଣ ମହିଳା ବସି ପାରିବେ ନାହିଁ । ତାଲିବାନୀ ଶାସନର ଏଭଳି ଆଉ କିଛି କଠୋର ନିୟମ ଏବେ ସ୍ଥାନୀୟ ଲୋକଙ୍କୁ ମାନିବାକୁ ପଡ଼ିବ । ନଚେତ ଏହାର ପରିଣାମ କଣ ହେବ ସେକଥା ସମସ୍ତେ ଭଲ ଭାବେ ଜାଣନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.