Below header

ତେଲେଙ୍ଗାନା ବିଶ୍ୱବିଦ୍ୟାଳୟର କୁଳପତି ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ହେଲେ ଗିରଫ

ତେଲେଙ୍ଗାନା ବିଶ୍ୱବିଦ୍ୟାଳୟର କୁଳପତି ଡି ରବୀନ୍ଦର ଡଚେପଲ୍ଲୀ ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ।

ହାଇଦ୍ରାବାଦ : ତେଲେଙ୍ଗାନା ବିଶ୍ୱବିଦ୍ୟାଳୟର କୁଳପତି ଡି ରବୀନ୍ଦର ଡଚେପଲ୍ଲୀ ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି । ତାଙ୍କ ହାଇଦ୍ରାବାଦ ସ୍ଥିତ ଘରୁ ତାଙ୍କୁ ଗିରଫ କରାଯାଇଛି । ଶ୍ରୀ ରବୀନ୍ଦର ଭୀମଗଲ ଠାରେ ଥିବା ଏକ କଲେଜରେ ୨୦୨୨-୨୩ ପାଇଁ ପରୀକ୍ଷା କେନ୍ଦ୍ର କରାଇବାକୁ କହି ଦଶରୀ ଶଙ୍କରଙ୍କ ଠାରୁ ଏହି ଟଙ୍କା ନେଇଥିଲେ ।

ଏହି ଲାଞ୍ଚ ଟଙ୍କା ତାଙ୍କ ବେଡରୁମ ଆଲମିରାରୁ ଉଦ୍ଧାର କରାଯାଇଥିଲା ବୋଲି ସରକାରୀ ସୂତ୍ରରୁ କୁହାଯାଇଛି । ଗିରଫ ପରେ ତାଙ୍କୁ ହାଇଦ୍ରାବାଦର ଏକ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.