Below header

ମୁହଁ ଖୋଲିଲା ମସୁଦ ଅଜହର : ବନ୍ଧୁକ ଓ ତୀର ଚାଳନା ମୁକାବିଲା ପାଇଁ ମୋଦିଙ୍କୁ ଦେଲା ଚ୍ୟାଲେଞ୍ଜ

ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦ ର ମୁଖିଆ ମସୁଦ ଅଜହର ଖୋଲିଛି ମୁହଁ। ସେ କହିଛି କି ଭାରତ କରିଥିବା ଏୟାର ଷ୍ଟ୍ରାଇକରେ ଜୈସ-ଏ-ମହମ୍ମଦ ସଙ୍ଗଠନ ଉପରେ କୌଣସି କ୍ଷତି ହୋଇନାହିଁ ଏବଂ ସେ ଅସୁସ୍ଥ ଥିବା ସମ୍ପର୍କିତ ସମସ୍ତ ଖବର ମିଛ । ଏହାକୁ ନେଇ ସେ ଏକ ଲେଖା ଲେଖିଛି । ଯେଉଁଥିରେ ସେ କହିଛି କି ଏମିତି କିଛି ହୋଇନାହିଁ । ସମସ୍ତେ ବଞ୍ଚିଛନ୍ତି ଏବଂ ଠିକ୍ ଅଛନ୍ତି  ା

balaktଅଜହର ଜେଇଏମ୍ ର ସପ୍ତାହିକ ଖବରକାଗଜ  ଅଲ-କଲାମରେ ନିଜର ଏକ ଲେଖା ପ୍ରକାଶ କରିଛି ଯେଉଁଥିରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତା ସହିତ ସୁଟିଙ୍ଗ କିମ୍ବା ତୀର ଚାଳନ ପ୍ରତିଯୋଗୀତା କରିବାକୁ ଚ୍ୟାଲେଞ୍ଜ କରିଛି । ସେ କହିଛି କି ଏହା କରିବା ଦ୍ବାରା ଜଣାପଡିଯିବ ସେ କେତେ ସୁସ୍ଥ ଅଛି ।

masoodତେବେ ଏହା ଆମେ ଦୃଢତା ସହିତ କହିପାରିବା ନାହିଁ କି ଅଜହର ଏହି କଥାକୁ ଲେଖିଛି, କିନ୍ତୁ ଅଲ-କଲାମ ଜେଇଏମ୍ ର ମୁଖପାତ୍ର ଭାବେ ବେଶ ଜଣାଶୁଣା । ଏହାର ମଧ୍ୟ ଆଉ ଏକ ଡାକ ନାମ ରହିଛି ଯାହା ସାଦି ଅଜହର । ନିଜର ସ୍ଥିତି ଏବଂ ସଙ୍ଗଠନକୁ ଠିକ୍ ରଖିଥିବା ସହ ତାର ସମର୍ଥକ ମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିବା ସେ ଏଥିରେ କହିଛି ।

Terroristଅଜହରର କହିବା ମୁତାବକ କଶ୍ମୀର ଲୋକ ମାନଙ୍କ ମଧ୍ୟରେ ଲାଗିଥିବା ନିଆଁ ଯାହାକି ଆଦିଲ୍ ଅହମ୍ମଦ ଦ୍ବାରା ଆରମ୍ଭ ହୋଇଥିଲା ଏବଂ ଯିଏକି ପୁଲଓ୍ୱାମା ଆକ୍ରମଣ କରିଥିଲା, ତାହା ଏତେ ଶିଘ୍ର ଲିଭିବନାହିଁ । ସେ ଜମ୍ମୁ-କଶ୍ମୀରରେ ଚାଲିଥିବା ଆତଙ୍କୀ ଗତିବିଧିକୁ ସମ୍ପୂର୍ଣ୍ଣ ଛୁଟ୍ ଦେବାକୁ ଆହ୍ବାନ ଦେଇଛି । ସେ କହିଛି କି ଏହା ସମୟ କ୍ରମେ ଆଗକୁ ବଢିବାରେ ଲାଗିବ । ଆନ୍ଦୋଳନ ଆହୁରି ତୀବ୍ର ହେବ ।

mazoodଅଜହର ଲେଖିଛି କି ବର୍ଡରରେ ଚାଲିଥିବା ପରିସ୍ଥିତି ସଙ୍କଟପୂର୍ଣ୍ଣ ରହିଛି । ସେ ଆଫଗାନିସ୍ତାନରେ ଘଟୁଥିବା ଘଟଣା ପାଇଁ ମଧ୍ଯ ଧ୍ୟାନ ଆକର୍ଷିତ କରିଛି। ନିଜ ସ୍ବାସ୍ଥ୍ୟ ପାଇଁ ଅଜହର ଲେଖିଛି କି ; ‘ମୁଁ ପୁରା ଠିକ୍ ଅଛି । ମୋର କିଡନୀ ଏବଂ ଲିଭର ପୁରା ସୁସ୍ଥ ଅଛି ।’ ତାର କହିବା କଥା କି ସେ ଗତ ୧୭ ବର୍ଷରୁ କେବେ ହସ୍ପିଟାଲ ଯାଇନାହିଁ ଏବଂ କୌଣସି ଡକ୍ଟର ସହିତ କେବେ ସମ୍ପର୍କ ମଧ୍ୟ କରିନାହିଁ । ସେ କହିଛି କି କୋରାନ ପ୍ରେରିତ ଆହାର ଦ୍ବାରା ସେ ଉଚ୍ଚ ରକ୍ତଚାପ ଏବଂ ମଧୁମେୟ ପରି ରୋଗରୁ ମୁକ୍ତ ରହିଛି । ତେଣୁ ତା ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

NARENDRA-MODIଜେଇଏମ୍ ର ମୁଖିଆ ଅଜହର କହିଛି କି ସେ ଖାଲି ସମୟରେ ତୀର ମାରବାର ଅଭ୍ୟାସ କରିଥାଏ । ତେଣୁ ସେ ନରେନ୍ଦ୍ର ମୋଦିଙ୍କ ତୁଳନାରେ ପୁରା ଫିଟ୍ ଅଛି । ତେଣୁ ସେ କହିଛି କି ମୁଁ ନରେନ୍ଦ୍ର ମୋଦିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଛି କି ସେ ମୋ ସହିତ କୌଣସି ଖେଳ ଯଥା ତୀର ମାରିବା କିମ୍ବା ସୁଟିଙ୍ଗ୍ ଆଦି ପ୍ରତିଯୋଗୀତା କରନ୍ତୁ । ଯାହାଦ୍ବାରା ଜଣାପଡିଯିବ କି ମୁଁ ତାଙ୍କ ଠାରୁ ଅଧିକ ସୁସ୍ଥ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.