ପୁରୁଷ ବି ଶିଶୁଙ୍କୁ କ୍ଷୀର ପିଆଇ ପାରିବେ, କେମିତି ଜାଣନ୍ତୁ

ଟେକ୍ସାସ୍‌ (ଆମେରିକା) : ସବୁ କିଛି ବିଜ୍ଞାନର କରାମତି । ଆଜିକାର ଦୁନିଆରେ ପୁରୁଷମନେ ଗର୍ଭଧାରଣ କରିବା କଥା ତ ଶୁଣିଥିବେ । ହେଲେ ଏବେ ପୁରୁଷମାନେ ବି ମହିଳାଙ୍କ ଭଳି ଶିଶୁମାନଙ୍କୁ କ୍ଷୀର ପିଆଇ ପାରିବେ । ବିଶ୍ୱାସ ହେଇନି ନା । ତେବେ ଆସନ୍ତୁ ଜାଣିବ ଏହା ସମ୍ଭବ ହେବ କେମିତି ।

SMART JACKET-2
କଥା ହେଉଛି, ଜାପାନର ଏକ କମ୍ପାନୀ ଏଭଳି ଏକ ଜ୍ୟାକେଟ୍‌ ତିଆରି କରିଛି ଯେଉଁଥିରେ ରହିଛି କୃତ୍ରିମ ସ୍ତନ । ଏଥିରେ କ୍ଷୀର ବ୍ୟବସ୍ଥା କରାଯାଇଛି । ମା ନଥିବା ବେଳେ ସ୍ୱାମୀମାନେ ଏହି ଜ୍ୟାକେଟ୍‌ ପିନ୍ଧି ପିଲାକୁ ଖୁବ୍‌ ସହଜରେ କ୍ଷୀର ପିଆଇ ପାରିବେ । ଏଥିରେ ଏକ କ୍ଷୁଦ୍ର ଡିଭାଇସ୍‌ ରହିଛି । ଯାହା ଏକ ଭାଇବ୍ରେଟରର କାମ କରିବ । ଶିଶୁଟି କ୍ଷୀର ଶୋଷିଲା ବେଳେ ତାକୁ କିଛି ଅସୁବିଧା ହେବ ନାହିଁ । ଏପରିକି ଏହି ଜ୍ୟାକେଟ୍‌ରେ ଏକ ଆପ୍‌ ମଧ୍ୟ ରହିଛି । ଶିଶୁଟି କେତେ କ୍ଷୀର ପିଇଲା ସେକଥା ମଧ୍ୟ ସେଥିରେ ଡିସପ୍ଲେ ହେବ । ତେଣୁ ବାପା ହେବାକୁ ଥିବା କିମ୍ବା ବାପା ହୋଇ ସାରିଥିବା ସ୍ୱାମୀମାନେ ସବୁ ବେଳେ ପିଲାକୁ କ୍ଷୀର ପିଆଇବା ପାଇଁ ନିଜ ପତ୍ନୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।

 

Leave A Reply

Your email address will not be published.