ଦେଶରେ ୫ରୁ ୧୨ ବର୍ଷର ପିଲା ନେବେ କୋଭିଡ ଟିକା, କୋର୍ବେଭାକ୍ସକୁ ବ୍ୟବହାର ପାଇଁ ମିଳିପାରେ ଅନୁମତି

କେନ୍ୟୁଜ୍(ବ୍ୟୁରୋ):  ଦେଶରେ ୫ରୁ ୧୨ ବର୍ଷର ପିଲା ନେବେ କୋଭିଡ ଟିକା । ବାୟୋଲୋଜିକାଲ-ଇର କରୋନା ଟିକା କୋର୍ବେଭାକ୍ସକୁ ବ୍ୟବହାର ପାଇଁ ମିଳିପାରେ ଅନୁମତି । ୫ରୁ ୧୨ ବର୍ଷର ପଲାମାନଙ୍କୁ ଏହି ଟିକା ଦେବାକୁ ଆଜି ସବଜେକ୍ଟ ଏକ୍ସପର୍ଟ କମିଟି ସୁପାରିସ କରିଛି । ଏହି ପ୍ରସ୍ତାବକୁ ଡିସିଜିଆଇ ଅନୁମୋଦନ ଦେବା କ୍ଷଣି ଦେଶରେ ୫ରୁ ୧୨ ବର୍ଷର ପିଲାମାନଙ୍କୁ କୋର୍ବେଭାକ୍ସ ଟିକାର ବ୍ୟବହାର ଆରମ୍ଭ କରାଯିବ ।

ଅନ୍ୟପଟେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନକୁ ମଧ୍ୟ ୫ରୁ ୧୨ ବର୍ଷର ପିଲାଙ୍କ କ୍ଷେତ୍ରରେ ବ୍ୟବହାର କରିବାକୁ କମ୍ପାନୀ ଅନୁମତି ମାଗିଛି । ହେଲେ ଡିସିଜିଆଇ ଭାରତ ବାୟୋଟେକକୁ ଟିକା ସମ୍ପର୍କରେ ଅଧିକ ତଥ୍ୟ ମାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.