Below header

ମାଲକାନଗିରିରେ ତାଣ୍ଡବ ରଚିଲା କାଳବୈଶାଖୀ,ଘର ଭାଙ୍ଗି ଜଣେ ଗୁରୁତର

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରିରେ କାଳବୈଶାଖୀ ତାଣ୍ଡବ। ଝଡ଼ ତୋଫାନରେ ମାଥିଲି ବ୍ଲକ ପୂଜାରୀଗୁଡାରେ ଘର ଭାଙ୍ଗି ଜଣେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୂଜାରୀଗୁଡା ସମେତ ଟିଲିଗୁଡା,ଚାଲାଣଗୁଡା, ପେଦାଗୁଡା ଆଦି ଗାଁରେ ପବନ ବର୍ଷା ଯାଗୁଁ ବିଭିନ୍ନ ଘର ଭାଙ୍ଗିଯାଇଛି । ଏପଟେ ଖଇରପୁଟ ବ୍ଲକରେ ମଧ୍ୟ ବିଭିନ୍ନ ଘର ଭାଙ୍ଗିଛି । ଆଜି ଅପରାହ୍ନରେ ଜୋରରେ ପବନ ବହିବା ସହ କୁଆପଥର ବର୍ଷା ହୋଇଥିଲା । ପବନର ବେଗ ଅଧିକ ଥିବାରୁ ଅନେକ ସ୍ଥାନରେ ବଡ ଗଛ ଉପୁଡି ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.