Below header

୧୬ ମାସର ପିଲାର କାନ୍ଦରେ ଚିଡି ଚାକରାଣୀ କରୁଥିଲା ଏପରି କାମ, ସିସି ଟିଭ ଫୁଟେଜରୁ ଜଣାପଡିଲା ପ୍ରକୃତ ସତ୍ୟ

ସ୍ନେହ, ପ୍ରେମ, ମମତାର ପ୍ରତୀକ ମା’। ମା’ କେବେ ହେଲେ ନିଜ ଶିଶୁର କ୍ଷତି କଥା ଚିନ୍ତା କରିନଥାଏ। ସେ ମା’ ହେଉ କିମ୍ବା ଅନ୍ୟ କେଉଁ ମହିଳା କେବେ ବି କୌଣସି ପିଲାକୁ କଷ୍ଟ ଦେବାକୁ ଚାହେଁନି। କିନ୍ତୁ ଏପରି ଏକ ହୃଦୟ ବିଦାରକ ଘଟଣା ସିଙ୍ଗାପୁରରେ ଦେଖିବାକୁ ମିଳିଛି। ଯେଉଁ ଘଟଣାର ଦୃଶ୍ୟବଳୀ ସଂପୂର୍ଣ୍ଣ ସିସି ଟିଭିରେ କଏଦ ହୋଇଛି।

hit

ଘଟଣାମୁତାବକ, ଏମି  ମହିଳା ଆକାଉଣ୍ଟ ଏକ୍ସକ୍ୟୁଟିଭ ଚାକିରି କରନ୍ତି। ପ୍ରତିଦିନ ରାତି ଅଧରେ ଶୋଇବା ସମୟରେ ତାଙ୍କର ୧୬ ମାସର ଝିଅ କାନ୍ଦିବାକୁ ଆରମ୍ଭ କରିଥାଏ। ଏହା ଘଟଣାରେ ଚିନ୍ତିତ ହୋଇ ଡାକ୍ତର ସହିତ ପରାମର୍ଶ କରିଥିଲେ। ମହିଳା ଜଣକ ଡାକ୍ତରଖାନାରେ ପହଞ୍ଚିବା ପରେ ଛୋଟ ଝିଅର ହାତରେ କିଛି ଚିହ୍ନଥିବା ଦେଖିବାକୁ ପାଇଥିଲେ। ଏହାପରେ ଉକ୍ତ ମହିଳା ଏମି ନିଜ ସିସି ଟିଭର ଫୁଟେଜ ଚେକ୍‌ କରିଥିଲେ। ତା’ ପରେ ସିସି ଟିଭିରେ ଯାହା ଦେଖିଲେ, ତାକୁ ଦେଖି ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ।

ମହିଳା ଜଣକ ପ୍ରତିଦିନ ଅଫିସ ଯିବା ପରେ ତାଙ୍କର ଘରର ଚାକରାଣୀ ପିଲାର ଧ୍ୟାନ ରଖୁଥିଲେ। ଝଇଅରା ମା’ ଅଫିସ ଯିବା ପରେ ଚାକରାଣୀ ପିଲାର କାନ୍ଦରେ ଚିଡି ତା’ର ହାତ ଗରମ ଜିନିଷରେ କିମ୍ବା ଯାହା କିଛି ସିଝା ବସିଥାଏ, ସେଥିରେ ବୁଡାଇ ଦିଅନ୍ତି। ପିଲାର ହାତରେ କାଳେ ଚିହ୍ନ ହୋଇଯିବ, ସେଥିପାଇଁ ଚାକରାଣୀ କ୍ରିମ ମଧ୍ୟ ଲଗାଇଦେଇଥାଏ। ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଚାକରାଣୀକୁ ଗିରଫ କରି ଥାନାରେ ଅଟକ ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.