Below header

ଜ୍ୟାକଲିନ-ଆସିମଙ୍କ ଯୋଡି କଲେ ବୋବାଲ, ‘ମେରେ ଆଙ୍ଗନେ ମେ’ ସଂଗ୍‌ ହେଲା ରିଲିଜ୍‌

ସାମ୍ନାକୁ ଆସିଛି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ ଏବଂ ଆସିମ ରିୟାଜଙ୍କ ଆଲବମ୍‌ ସଂଗ୍‌। ଏହି ଗୀତରେ ଜ୍ୟାକଲିନ ରଙ୍ଗରେ ଖେଳୁଛନ୍ତି। ଏହି ଆଲବମ୍‌ ସଂଗରେ ଜ୍ୟାକଲିନ ନିଶାରେ ଝୁମିବା ସହ ଓଦା ହୋଇ ମସ୍ତିି କରୁଛନ୍ତି। ଏଥିସହ ବିଗ୍‌ବସ୍‌ ୧୩ର ଲୋକପ୍ରିୟ ପ୍ରତିଯୋଗୀଙ୍କୁ ମଧ୍ୟ ଜବରଦସ୍ତ ଅନ୍ଦାଜ୍‌ରେ ଦେଖିବାକୁ ମିଳିଛି।

asimଏହି ଗୀତରେ ଦୁଇଟି ଭିନ୍ନ ଭିନ୍ନ କାହାଣୀ ଦେଖିବାକୁ ମିଳିଛି। ଏହି ଦୁଇ କାହାଣୀ ଶେଷରେ ଗୋଟିଏ ମଧ୍ୟ ହୋଇଛି। ଗୀତରେ ଜ୍ୟାକଲିନ ଜଣେ ରାଜକୁମାରୀ ଚରିତ୍ରରେ ଅଭିନୟ କରିଛନ୍ତି, ଯେଉଁଥିପାଇଁ ଘର ଲୋକ ତାଙ୍କ ପାଇଁ ଜଣେ ରାଜାଙ୍କୁ ପସନ୍ଦ କରିଛନ୍ତି। କିନ୍ତୁ ସେ ସେହି ରାଜାଙ୍କୁ ବିବାହ କରିବାକୁ ଚାହୁଁନାହାନ୍ତି। ଅନ୍ୟପଟେ ଆଉ ଏକ କାହାଣୀ ହେଉଛି, ଯାହା ଆଜିକା ଯୁଗର। ଏଥିରେ ଜଣେ ବୟଫ୍ରେଣ୍ଡ ଏବଂ ଗର୍ଲଫ୍ରେଣ୍ଡ ଯିଏ ହୋଲି ମନାଇବାକୁ ଆସିଛନ୍ତି। ଗର୍ଲଫ୍ରେଣ୍ଡ ଠାରୁ ପୁଅ ଯେପରି ଟିକିଏ ଦୂରକୁ ଯାଇଥାଏ ସେହିସମୟରେ କିଛି ଝିଅ ସେହି ପୁଅ ସହ ଫ୍ଲର୍ଟ କରିବାରେ ଲାଗିଥାନ୍ତି। ଗର୍ଲଫ୍ରେଣ୍ଡ ଏହିସବୁ ଲକ୍ଷ୍ୟ କରିବା ପରେ ଟାଇମ ମେସିନ ସାହାଯ୍ୟରେ ନିଜ ବୟଫ୍ରେଣ୍ଡକୁ ଅନ୍ୟ ଦୁନିଆକୁ ପଠାଇ ଦେଇଛନ୍ତି। ଯେଉଁଠାରେ ସେ ରାଜକୁମାରୀ ରୂପରେ ଜ୍ୟାକଲିନଙ୍କ ସହ ସାକ୍ଷାତ ହୋଇଛି।

aasim riyazଏହି ଗୀତ ଦେଖିବା ପରେ ଆସିମଙ୍କ ଫ୍ୟାନ୍ସମାନେ ଖୁବ୍‌ କମେଣ୍ଟ କରିବା ସହ କହିଛନ୍ତି, ଆସିମ ଆସିବା ମାତ୍ରେ ହିଁ କଣ ଛକ୍କା ମାରିଲେ। ପ୍ରଥମ ଗୀତରେ ହିଁ ଜ୍ୟାକଲିନଙ୍କ ସହ ଜୋରଦାର୍‌ ପରଫର୍ମ କରିଛନ୍ତି। ଅନ୍ୟଜଣେ ଫ୍ୟାନ କହିଛନ୍ତି, ଆସିମ ବିଗ୍‌ବସ୍‌ ନଜିତିଲେ କଣ ହେଲା, ଆମମାନଙ୍କ ମନ ଜିତି ସାରିଛନ୍ତି। ଆପଣ ଏଭଳି କାମ ଆଗକୁ ଜାରି ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.