Below header

ଆମେରିକାରେ ୧୦୦ ବର୍ଷର ରେକର୍ଡ ଭାଙ୍ଗିଲା ଥଣ୍ଡା: କାର୍‌ ଓ ବସ୍‌ ତଳେ ପଡିରହିଛି ମୃତଦେହ, ଏପର୍ଯ୍ୟନ୍ତ ୪୮ ମୃତ

ଆମେରିକାରେ ପ୍ରବଳ ଥଣ୍ଡା ଏବଂ ବରଫାପାତ ଯୋଗୁଁ ଏପର୍ଯ୍ୟନ୍ତ ୪୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ବରଫ ଝଡ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ବରଫ ଝଡ଼ରେ ଫଶି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାର କାର୍ଯ୍ୟ ଏବେ ବି ଲାଗି ରହିଛି। ଏହା ପ୍ରଭାବରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଲୋକେ ନିଜ କାର, ଘରେ ଏବଂ ବରଫ ତଳେ ମୃତ ହୋଇପଡିଛନ୍ତି। ବରଫ ଝଡ ଯୋଗୁଁ ୧୫ ହଜାରରୁ ଅଧିକ ବିମାନ ଉଡାଣ ରଦ୍ଦ କରିଦିଆଯାଇଛି ।

ଆମେରିକାରେ ଆସିଥିବା ବରଫ ଝଠ ଯୋଗୁଁ ଦେଶରେ ଅନେକ ଭାଗରେ ପ୍ରବଳ ଥଣ୍ଡା ଲାଗି ରହିଛି। ପଶ୍ଚିମ ନ୍ୟୁୟର୍କର ଲୋକେ ପ୍ରବଳ ଥଣ୍ଡାରେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ସଡ଼କରେ ଅନେକ ଟ୍ରକ୍, ବସ୍, କାର୍ ଆଦି ଗାଡ଼ି ବରଫ ତଳେ ପୋତି ହୋଇ ରହିଛି। ଏହା ତଳେ ଫଶି ରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍ ପଠାଇବାକୁ ପୂରା ଟିମ୍ ସଜାଗ ରହିଛି।

ତାପମାତ୍ରା ମାଇନସ୍‌ ୪୫ ଡିଗ୍ରୀକୁ ଖସିଛି । ଆମେରିକାରୁ କାନାଡା ଯାଏ ସାଂଘାତିକ ସ୍ଥିତି । ବରଫ ଝଡ଼ ନେଲାଣି ୩୮ ଜଣଙ୍କର ଜୀବନ । କଲବଲ ହେଉଛନ୍ତି ଆମେରିକାବାସୀ । ବମ୍‌ ସାଇକ୍ଲୋନରେ ପ୍ରଭାବିତ ହୋଇଛନ୍ତି ୨୫ ଲକ୍ଷରୁ ଅଧିକ ଲୋକ । ସବୁଠୁ ଅଧିକ ପ୍ରଭାବିତ ହୋଇଛି ନ୍ୟୁୟର୍କର ସିଟି ଅଫ ବୋଫାଲୋ । ସେହିପରି ପଶ୍ଚିମ ଆମେରିକାର ମୋଣ୍ଟାନା ସହରରେ ସ୍ଥିତି ସଙ୍ଗୀନ । ସେଠାରେ ସର୍ବନିମ୍ନ ତାପାମାତ୍ରା ମାଇନସ୍‌ ୪୫ ଡିଗ୍ରୀ ରହିଛି ।

ନ୍ୟୁୟର୍କର ବିଶେଷ କରି ବରଫ ତଳେ ଚାପି ରହିଥିବା କାର୍ରେ କିଛି ଶରୀର ଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଯାହା ପରେ ଏମାନଙ୍କୁ ଖୋଜାଖୋଜି କରି ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କୁ ହସପିଟାଲ ନେବା ପାଇଁ ଟ୍ରାକ୍ଟରର ବ୍ୟବହାର କରାଯାଉଛି ।

ଖବର ମୁତାବକ,  ୨୦ ଲକ୍ଷରୁ ଅଧିକ ଲୋକ ଏହି ବରଫଝଡରେ ପ୍ରଭାବିତ ହୋଇଛନ୍ତି । କାରଣ ବରଫ ପବନ ତାପମାତ୍ରା -୪୮ ସେଲସିୟସକୁ ହ୍ରାସ କରିଛି । ଟେକ୍ସାସରେ, ମେକ୍ସିକୋରୁ ଆସିଥିବା ପ୍ରବାସୀମାନେ ଚର୍ଚ୍ଚ, ବିଦ୍ୟାଳୟ ଏବଂ ନାଗରିକ କେନ୍ଦ୍ରରେ ଆଶ୍ରୟ ନେବାକୁ ଚେଷ୍ଟା କରିଥିଲେ। ଏମାନଙ୍କୁ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ କୋଟ, କ୍ୟାପ୍, ଗ୍ଲୋବ୍ସ, ଥର୍ମାଲ୍ ଅଣ୍ଡରୱେର୍, କମ୍ବଳ ଏବଂ ଶୋଇବା ବ୍ୟାଗ୍ ଇତ୍ୟାଦି ଜିନିଷ ବଣ୍ଟନ କରୁଥିବାର ଖବର ମିଳିଛି । ଉତ୍ତର ଏବଂ ଦକ୍ଷିଣ ଡାକୋଟା, ଓକ୍ଲାହୋମା, ଆଇଓୱା ଏବଂ ଅନ୍ୟାନ୍ୟ ସ୍ଥାନରେ ଭୀଷଣ ପବନ ସହିତ ତୁଷାରପାତ ହେବା ଯୋଗୁଁ ରାସ୍ତାଘାଟ ଏବଂ କୋହଲା ପାଗ ଯୋଗୁଁ ଲୋକେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.