Below header

‘ଦୁଷ୍କର୍ମକାରୀଙ୍କୁ ଲାଗେ ଝିଅଟି ସାକ୍ଷୀ ବନିଯିବ, ତେଣୁ ଜୀବନରୁ ମାରି ଦିଅନ୍ତି’…ରାଜସ୍ଥାନ ସିଏମ୍‌ ଅଶୋକ ଗେହଲଟ୍‌ଙ୍କ ବୟାନକୁ ନେଇ ବିବାଦ

ରାଜସ୍ଥାନ ସିଏମ୍‌ ଅଶୋକ ଗେହଲଟ୍‌ଙ୍କ ଏକ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଦେଶରେ ଘଟୁଥିବା ଦୁଷ୍କର୍ମ ଘଟଣାକୁ ନେଇ ଗେହଲଟ୍‌ ଯେଉଁ କଥା କହିଛନ୍ତି, ତାହା ଉପରେ ବୟାନବାଜି ଆରମ୍ଭ ହୋଇଯାଇଛି। ଅଶୋକ ଗେହଲଟ୍‌ କହିଛନ୍ତି କି, ନିର୍ଭୟା କାଣ୍ଡ ପରେ ଏକ ପ୍ରକାର ସ୍ଥିର ହୋଇଯାଇଛି ଯେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ମିଳିବ, ଯାହା ପରଠାରୁ ନାବାଳିକାମାନଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବଢ଼ି ଯାଇଛି।

ଗେହଲଟ୍‌ଙ୍କ କହିବା ହେଲା, ଏହା ଏଥିପାଇଁ ହେଉଛି, କାହିଁକି ନା, ଦୁଷ୍କର୍ମ କରିଥିବା ଲୋକ ଭାବୁଛି ଯେ କାଲି ଯଦି ଝିଅଟି ମୋ ନାଁରେ ସାକ୍ଷୀ ପ୍ରମାଣ ଦେବ, ତା’ ହେଲେ ତାକୁ ଦଣ୍ଡ ମିଳିବା ସୁନିଶ୍ଚିତ। ଏଥିପାଇଁ ସେମାନେ ପୀଡ଼ିତାକୁ ଦୁଷ୍କର୍ମ ପରେ ହତ୍ୟା କରି ଦେଉଛନ୍ତି। କହି ରଖୁଛୁ, ଗେହଲଟ୍‌ ଶୁକ୍ରବାର ଦିଲ୍ଲୀ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଏହି ବୟାନ ଦେଇଛନ୍ତି।

ସିଏମ୍‌ କହିଛନ୍ତି, ବର୍ତ୍ତମାନ ଦେଶର ଅବସ୍ଥା ଚିନ୍ତାଜନକ ସ୍ଥିତିରେ ରହିଛି। ବେରୋଜଗାରୀ ଏବଂ ମହଙ୍ଗା ମାଡ଼ ସହ ଅସାମାଜିକ କାର୍ଯ୍ୟକଳାପ ବି ବଢ଼ି ଯାଇଛି। ଦେଶ ଏବଂ ରାଜ୍ୟରେ ଅପରାଧ ସ୍ତର ବଢ଼ିଛି। ଲୋକଙ୍କ ମଧ୍ୟରେ ହିଂସା ଓ ଅବସାଦର ଖବର ସାମ୍ନାକୁ ଆସୁଛି ଏବଂ ନାବାଳିକାଙ୍କ ସହ ଦୁଷ୍କର୍ମ କରାଯାଉଛି। ଏହି କଥା ଉଦ୍‌ବେଗ ସୃଷ୍ଟି କରିଛି।

ତଥ୍ୟ ମୁତାବକ, ରାଜସ୍ଥାନରେ ପ୍ରତିବର୍ଷ ପାଖାପାଖି ୨୦୦୦ ନାବାଳିକାଙ୍କ ସହ ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି। ୨୦୨୦ରୁ ୨୦୨୨ ମସିହା ଭିତରେ ୨୬ଟି ମାମଲାରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। କହି ରଖୁଛୁ, ରାଜସ୍ଥାନରେ ଯେତେବେଳେ ବସୁନ୍ଧରା ରାଜେଙ୍କ କାର୍ଯ୍ୟକାଳ ଥିଲା, ସେହି ସମୟରେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ ସେ ଫାଶୀ ଦଣ୍ଡ ପ୍ରଦାନର ଆଇନ ବନାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.