ବକ୍ସିଂରେ ଦୁଇଟି ସ୍ୱର୍ଣ୍ଣ ଆଣିଲେ ଭାରତୀୟ ଖେଳାଳି, ନୀତୁ ଏବଂ ଅମିତ କଲେ କମାଲ୍‌

ରାଜ୍ୟଗୋଷ୍ଠୀ କ୍ରୀଡ଼ରେ ଦମ୍‌ ଦେଖାଉଛନ୍ତି ଭାରତୀୟ ଖେଳାଳି । ଆଜି ବକ୍ସିଂରେ ଦୁଇଟି ସ୍ୱର୍ଣ୍ଣ ପଦକ ଆଣିଛି ଭାରତ । ମହିଳା ବକ୍ସିଂରେ ଗୋଲ୍‌ଡ ମେଡାଲ୍‌ ଜିତିଛନ୍ତି ନୀତୁ ଘନଘସ୍‌ । ସେ ୪୫-୪୮ କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି । ରୋମାଞ୍ଚକର ମ୍ୟାଚ୍‌ରେ ଇଂଲଣ୍ଡର ପ୍ରତିଯୋଗୀଙ୍କୁ ହରାଇଲେ ନୀତୁ ଘନଘସ ।

ଏହା ପୂର୍ବରୁ ସେମିଫାଇନାଲ୍‌ରେ ସେ କାନାଡ଼ାର ପ୍ରିୟଙ୍କା ଢିଲନଙ୍କୁ ପରାସ୍ତ କରି ଫାଇନାଲକୁ ଉତ୍ତୀନ୍ନ ହୋଇଥିଲେ। ଦ୍ୱିତୀୟରେ ରାଉଣ୍ଡରେ ରେଫରୀ ମ୍ୟାଚ୍ ରୋକିବା ପରେ ୨୧ ବର୍ଷୀୟ ନୀତୁ ସର୍ବ ସମ୍ମତି କ୍ରମେ ୫-୦ରେ ବିଜୟୀ ହୋଇ ଦେଶ ପାଇଁ ଗୋଲ୍ଡ ମେଡାଲ ଆଣିଛନ୍ତି।

ସେହିପରି ପୁରୁଷ ବକ୍ସିଂରେ ଭାରତ ପାଇଁ ସ୍ୱର୍ଣ୍ଣ ଆଣିଛନ୍ତି ଅମିତ ପଙ୍ଗଲ୍‌ । ୪୮-୫୧ କିଲୋ ବର୍ଗରେ ଗୋଲ୍‌ଡ ମେଡାଲ୍‌ ଆଣିଛନ୍ତି । ରୋମାଞ୍ଚକର ମ୍ୟାଚ୍‌ରେ ଇଂଲଣ୍ଡର ପ୍ରତିଯୋଗୀଙ୍କୁ ହରାଇଛନ୍ତି ଅମିତ । ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.