ହାତରେ ଏମିତି ରେଖା ଥିଲେ ମିଳିବେ ଶିକ୍ଷିତ ଓ ଧନୀ ଜୀବନ ସାଥୀ, ଜୀବନରେ ସବୁ ସୁଖ ହେବ ପ୍ରାପ୍ତି

ହସ୍ତରେଖା ଶାସ୍ତ୍ର ଏମିତି ଏକ ବିଦ୍ୟା ଯେଉଁଠି ବ୍ୟକ୍ତିର ହାତରେ ଥିବା ରେଖା ଓ ଚିହ୍ନକୁ ଦେଖି ତାର ଭଲ-ମନ୍ଦ,ଗୁଣ, ସ୍ୱଭାବ,ପସନ୍ଦ-ଅପସନ୍ଦ ଓ ଭବଷ୍ୟତ ସମ୍ପର୍କରେ କୁହାଯାଇପାରେ । ହସ୍ତ ରେଖା ଶାସ୍ତ୍ର ଅନୁଯାୟୀ କିଛି ଏମିତି ଖାସ ରେଖା ଅଛି ଯାହା ବ୍ୟକ୍ତିକୁ ଶୁଭ ଓ ଅଶୁଭ ଫଳ ପ୍ରଦାନ କରିଥାଏ ।

ଆସନ୍ତୁ ଜାଣିବା ଏହି ଚିହ୍ନ ସମ୍ପର୍କରେ । ଏପରି ଦୁର୍ଲଭ ଚିହ୍ନ ବହୁତ କମ ଲୋକଙ୍କ ହାତରେ ରହିଥାଏ । ଯାହାକି ସୌଭାଗ୍ୟଶାଳୀ ହେବାର ଇଂଗିତ କରିଥାଏ । କୁହାଯାଏ ଯେଉଁ ଲୋକଙ୍କ ହାତରେ ଏପରି ଦୁର୍ଲଭ ଚିହ୍ନ ଥାଏ ସେମାନେ ଜୀବନରେ ବହୁତ ଉନ୍ନତି ହାସଲ କରିଥାନ୍ତି ।

ଗୁରୁ ପର୍ବତ ଉପରେ କ୍ରସ ଚିହ୍ନ ଥିଲେ

ହସ୍ତରେଖା ବିଜ୍ଞାନ ମୁତାବକ ଗୁରୁ ପର୍ବତ ଏପରି ଏକ ପର୍ବତ,ଯେଉଁଠି କ୍ରସ ଚିହ୍ନ ଥିଲେ ଶୁଭ ପରିଣାମ ଦେଇଥାଏ । କୁହାଯାଏ ଏପରି ଲୋକଙ୍କ ଜୀବନରେ ବୁଦ୍ଧିମାନ,ଶିକ୍ଷିତ ଓ ଧନୀ ଜୀବନସାଥୀ ମିଳିଥାନ୍ତି । ଯିଏ ପତିର ସମସ୍ତ କଥା ପ୍ରତି ଧ୍ୟାନ ରଖିଥାନ୍ତି । ଏପରି ଲୋକଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ସେହିପରି ଗୁରୁ ପର୍ବତ ଉପରେ କ୍ରସ ଚିହ୍ନ ଥିଲେ,ଏପରି ଲୋକ ଜୀବନରେ ବହୁତ ମହତ୍ୱାକାଂକ୍ଷୀ ହୋଇଥାନ୍ତି ।

ଗୁରୁ ପର୍ବତ ଉପରେ ଗୋଲାକାର ଚିହ୍ନ ଥିଲେ

ଯଦି କୌଣସି ବ୍ୟକ୍ତିଙ୍କ ହାତରେ ଗୁରୁ ପର୍ବତ ଉପରେ ଗୋଲାକାର ଆକୃତି ରହିଥାଏ, ଏପରି ବ୍ୟକ୍ତି ଯେଉଁ କାମରେ ହାତ ଦେଇଥାନ୍ତି,ତାଙ୍କୁ ସେ କ୍ଷେତ୍ରରେ ସଫଳତା ମିଳିଥାଏ ।

ଯଦି ମଙ୍ଗଳ ପର୍ବତ ଉପରେ କ୍ରସ ଚିହ୍ନ ରହିଥାଏ, ତେବେ ଏହି ବ୍ୟକ୍ତିର ଜୀବନରେ ବାଦ ବିବାଦ ଓ ଲଢ଼ାଇ ଝଗଡା ଲାଗି ରହିଥାଏ । ଏହାଛଡ଼ା ହସ୍ତରେଖା ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ପର୍ବତ ଉପରେ କ୍ରସ ଚିହ୍ନ ମଧ୍ୟ ଶୁଭ ମନାଯାଇ ନଥାଏ । ଏହି ବ୍ୟକ୍ତିର ମାନ ସମ୍ମାନକୁ ଆଞ୍ଚ ପହଞ୍ଚାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.