Below header

ଘରୁ ଏପରି ଜିନିଷ ଚୋରି କରିବା ସହ ଚୋର କରିଥାଏ ଏଭଳି ଅଜବ କାମ, ମାମଲା ରୁଜୁ କରିବା ପାଇଁ ମନାକଲେ ପୋଲିସ

ଚୋରି କରିବା ଏକ ଅପରାଧ । ପ୍ରତିଘରେ ଗୁରୁଜନମାନେ ନିଜ ପିଲାମାନଙ୍କୁ ଏହି ଶିକ୍ଷା ଦେଇଥାନ୍ତି ଯେ ଅନ୍ୟଘରୁ ଚୋରି କରିବା ଭୁଲ । ତଥାପି ମଧ୍ୟ ସମାଜରେ ଆପଣ ଅନେକପ୍ରକାରର ଚୋରି ବିଷୟରେ ନିଶ୍ଚୟ ଶୁଣିଥିବେ । କିଏ କାହା ଦୋକାନରୁ ଗହଣା ଚୋରି କଲାଣି ତ କିଏ କାହାଘରୁ ଦାମୀ ଜିନିଷପତ୍ର । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଚୋର ବିଷୟରେ କହିବାକୁ ଯାଉଛୁ ଯିଏ ଚୋରି ତ କରିଥାଏ କିନ୍ତୁ ଭିନ୍ନ ପ୍ରକାରର ଜିନିଷ ।

 

Image result for thief

ସୂଚନା ଅନୁଯାୟୀ ଆଜିକାଲି ଭୋପାଳରେ ଏକ ଅଦ୍ଭୁତ ଚୋରି ବିଷୟରେ ଶୁଣିବାକୁ ମିଳୁଛି । ଏଠାରେ ଘରୁ ଚୋରି ତ ହେଉଛି କିନ୍ତୁ କାହାଘରୁ ବାଲ୍ଟି ମଗ ଚୋରି ହେଉଥିବା ବେଳେ କାହାଘରୁ ଲୁଗାପଟା । ବର୍ତ୍ତମାନ ଆପଣ ଭାବୁଥିବେ କିଏ ଏହି ଅଦ୍ଭୁତ ଚୋର ଆଉ ସେ ଏପରି ଚୋରି କାହିଁକି କରୁଛି ? ତେବେ ଆଶ୍ଚର୍ଯ୍ୟ କଲାଭଳି ଚୋରଟି ଲୋକଙ୍କ ଘରୁ ବାଲ୍ଟି ଓ ମଗ ଭଳି ସାଧାରଣ ଜିନିଷ ଚୋରି କରିଥାଏ । କେତେବେଳେ ଚୋରଟି ଅନ୍ୟର ଛାତ ଟାଙ୍କିରୁ ପାଣି ବାହାର କରି ଗାଧୋଇଥାଏ ତ କେତେବେଳେ ଫ୍ରୀଜରୁ ଖାଦ୍ୟ ବାହାର କରି ଖାଇଦେଇଥାଏ ।

Related image

ଏହାସହ ପଢନ୍ତୁ ଆଶ୍ଚର୍ଯ୍ୟ ! ଜନ୍ମ ହେବାର ମାତ୍ର କିଛି ସମୟ ପରେ ଚାଲିବାକୁ ଲାଗିଲା ନବଜାତ, ଦେଖନ୍ତୁ ଭିଡିଓ

ଏଠାକାର ଲୋକ ସେହି ଚୋରକୁ ନେଇ ବହୁତ ଚିନ୍ତିତ ଅଛନ୍ତି । ସ୍ଥାନୀୟ ଲୋକମାନେ ଏହାର ଅଭିଯୋଗ କରିବା ପାଇଁ ପୋଲିସ ଷ୍ଟେସନ ମଧ୍ୟ ଯାଇଥିଲେ କିନ୍ତୁ ପୋଲିସ ଏହାକହି ଫେରେଇ ଦେଇଥିଲା ଯେ ଏଭଳି ଛୋଟମୋଟ ଚୋରି ପାଇଁ ମାମଲା ରୁଜୁ କରାଯାଏ ନାହିଁ । ତେବେ ଏପରିସ୍ଥଳେ ଲୋକମାନଙ୍କ ପାଖରେ ନିରାଶା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ । ନିକଟରେ ଅଂଚଳରେ ଲାଗିଥିବା ସିସିଟିଭି କ୍ୟାମେରାରେ ଜଣେ ସନ୍ଦିଗ୍ଧଙ୍କୁ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.