Below header

SCBରୁ ଡିସ୍‌ଚାର୍ଜ ହେଲେ ଆଶୀର୍ବାଦ ବେହେରା, ବେଲ ପରେ କଟକ ବଡ ମେଡିକାଲରେ ହୋଇଥିଲେ ଆଡମିଟ୍

କଟକ(କେନ୍ୟୁଜ୍): SCBରୁ ଡିସ୍‌ଚାର୍ଜ ହେଲେ ଆଶୀର୍ବାଦ ବେହେରା। ପୂର୍ବତନ ଓସିଏ ସମ୍ପାଦକ ତଥା ଅଲମ୍ପିକ ଆସୋସିଏସନର ସମ୍ପାଦକ ଆର୍ଶୀବାଦ ବେହେରାଙ୍କୁ ଓଡିଶା ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ଏସସିବି ମେଡିକାଲରୁ ବାହାରିଛନ୍ତି ଆର୍ଶୀବାଦ। ମୁକୁଳିବା ପରେ ସତ୍ୟ ଓ ଧର୍ମର ଜୟ ହୋଇଛି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଆର୍ଶୀବାଦ ବେହେରା । ଅର୍ଥତତ୍ତ୍ୱ ଚିଟଫଣ୍ଡ ଲିଙ୍କରେ ଗତ ସେପଟେମ୍ବର ୧୯ରେ ଗିରଫ ହୋଇଥିଲେ ଆର୍ଶିବାଦ। ଦେଢ ଲକ୍ଷ ଟଙ୍କା ଲେଖାଁଏ ଦୁଇ ଜଣ ଜାମିନଦାରଙ୍କ ଦ୍ୱାରା ସେ ଜାମିନରେ ଯାଇ ପାରିବେ ବୋଲି ଗତକାଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ତାଙ୍କର ପାସପୋର୍ଟକୁ ସେ ସିବିଆଇ ଅଧିକାରୀଙ୍କ ନିକଟରେ ଦାଖଲ କରିବେ ବୋଲି ନିର୍ଦ୍ଦେଶ ରହିଥିଲା। ସିବିଆଇର ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବା ସହ ସାକ୍ଷୀମାନଙ୍କୁ କୌଣସି ପ୍ରଭାବିତ କରିବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି ହାଇକୋର୍ଟ। .ଗତକାଲି ସର୍ତ୍ତମୂଳକ ଜାମିନ ଓଡିଶା ହାଇକୋର୍ଟ ପ୍ରଦାନ କରିଥିବାବେଳେ ବେଲ୍‌ ବଣ୍ଡ ଆଜି ସିବିଆଇ କୋର୍ଟରେ ଦାଖଲ ହୋଇଥିଲା। ସିବିଆଇ ଅଦାଲତଙ୍କ ନିର୍ଦ୍ଦେଶନାମା ଝାରପଡା ଜେଲରେ ପହଁଚିବା ପରେ ଝାରପଡା ଜେଲ କତ୍ତୃପକ୍ଷଙ୍କ ପତ୍ର ଏସସିବିରେ ପହଁଚିଥିଲା। ଏସସିବିର ଡାକ୍ତରମାନେ ଆର୍ଶୀବାଦଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ଡିସଚାର୍ଜ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.