Below header

ପାରାଦ୍ୱିପରେ ଆୟୋଜିତ ହେଲା ଭଲିବଲ ଚାମ୍ପିୟନସିପ୍‌ରେ, ୧୩ଟି ଟିମକୁ ପଛରେ ପକାଇ ଟ୍ରଫି ହାସଲ କଲା କିଟ୍‌ ମହିଳା ଟିମ୍

ପାରଦ୍ବୀପ(କେନ୍ୟୁଜ୍):  ଜିଲ୍ଲା ସ୍ତରୀୟ ଭଲିବଲ ଚାମ୍ପିୟନସିପ୍‌ରେ ବାଜି ମାରିଲେ କିଟ୍‌ ବିଶ୍ୱ ବିଦ୍ୟାଳୟର ମହିଳା ବିଭାଗର ଭଲିବଲ ଦଳ । ୧୩ଟି ଟିମକୁ ପଛରେ ପକାଇ ପାରାଦ୍ୱିପରେ ଆୟୋଜିତ ହୋଇଥିବା ଭଲିବଲରେ କିଟ ଦଳ ଇଷ୍ଟକୋଷ୍ଟ ରେଲେଓ୍ଵକୁ ହରାଇ ଟ୍ରଫି ହାସଲ କରିଛନ୍ତି । ଇଷ୍ଟକୋଷ୍ଟ ରେଲେଓ୍ଵକୁ ୩-୦ରେ ହରାଇ ଚାମ୍ପିୟନ ହୋଇଛନ୍ତି। ଓଡ଼ିଶା ଭଲିବଲ ଆସୋସିଏସନ ଓ ପାରାଦ୍ୱୀପ ପୋର୍ଟ ସ୍ପୋଟର୍ସର ମିଳିତ ସହଯୋଗରେ ୬୮ତମ ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା । ୩୦ଟି ଜିଲ୍ଲାର ଉଭୟ ପୁରୁଷ ଓ ମହିଳା ବିଭାଗର ୪୬ଟି ଟିମ ଭାଗ ନେଇଥିଲେ । ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଅନ୍ୟତମ ଅତିଥି ଭାବେ ଓଡ଼ିଶା ଭଳିବଲ ଆସେସେିଏସନର ସଭାପତି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କୃତିତ୍ୱ ଅର୍ଜନ କରିଥିବା ପିଲାଙ୍କୁ ପୁରସ୍କୃତ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.