ଶାରୀରିକ ସମ୍ବନ୍ଧ ପାଇଁ ସାଥୀଙ୍କ ମୁଡ୍‌ ବନାଇବାକୁ ଫଲୋ କରନ୍ତୁ ଏହି ସବୁ ଟିପ୍ସ…

ପ୍ରେମ ଭଳି ଶାରୀରିକ ସମ୍ପର୍କ ମଧ୍ୟ ଦାମ୍ପତ୍ୟ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ପ୍ରଥମେ ପ୍ରଥମେ ସମ୍ବନ୍ଧ ବନାଇବାକୁ ଦମ୍ପତି ଏକ୍ସାଇଟେଡ୍‌ ଥାନ୍ତି। କିନ୍ତୁ କିଛିଦିନ ପରେ କାମ ଟେନସନ୍‌, ପରିବାର ଚିନ୍ତା ଯୋଗୁ ଏହି ସମ୍ପର୍କ ଧୀରେ ଧୀରେ ଶିଥିଳ ପଡ଼ିଯାଏ, ଯାହାର ସିଧାସଳଖ ପ୍ରଭାବ ସମ୍ପର୍କ ଉପରେ ପଡ଼ିଥାଏ। ଯଦି ଆପଣଙ୍କ ସମ୍ପର୍କରେ ମଧ୍ୟ ସେଭଳି ସମସ୍ୟା ଦେଖାଦେଉଛି ତେବେ ସମ୍ପର୍କରେ ପୁଣି ଥରେ ଏକ୍ସାଇଟ୍‌ମେଣ୍ଟ ଆଣିବା ପାଇଁ  ଓ ପରସ୍ପରକୁ ଆକର୍ଷିତ କରିବା ପାଇଁ ଫଲୋ କରନ୍ତୁ ଏହି ଟିପ୍ସ…

ସାଥୀଙ୍କ ପାଇଁ କିଛି ସ୍ପେଶାଲ କରନ୍ତୁ:

ଯେତେ ବ୍ୟସ୍ତ ରହୁଥିଲେ ମଧ୍ୟ ସପ୍ତାହରେ ଗୋଟିଏ ଦିନ ପାର୍ଟନରଙ୍କ ପାଇଁ ବାହାର କରନ୍ତୁ। ଏହି ଦିନ ସବୁ କାମକୁ ବନ୍ଦ କରି କେବଳ ପରସ୍ପରର କଥା ଶୁଣନ୍ତୁ। ସକାଳ ବ୍ରେକଫାଷ୍ଟଠୁ ଆରମ୍ଭ କରି ରାତି ଡିନର ପର୍ଯ୍ୟନ୍ତ ସବୁ କାମ ଏକାଠି କରନ୍ତୁ। ଯଦି ପାରୁଛନ୍ତି ତେବେ ବାହାରକୁ ବୁଲାବୁଲି କରିବାକୁ ଯାଇପାରନ୍ତି। ଏହା ଆପଣଙ୍କ ସମ୍ପର୍କରେ ହୋଇଥିବା ଦୂରତା କମାଇବାରେ ସାହାଯ୍ୟ କରିବ।

ରୋମାଣ୍ଟିକ୍‌ କଥା ହୁଅନ୍ତୁ

ସମ୍ପର୍କ ପୁରୁଣା ହୋଇଗଲା ଏହାର ମାନେ ନୁହେଁ ଯେ ଆପଣ ରୋମାଣ୍ଟିକ୍‌ କଥା ହେବା ଛାଡ଼ିଦେବେ। ସବୁବେଳେ ରୋମାନ୍ସକୁ ବଞ୍ଚାଇ ରଖନ୍ତୁ। ରୋମାଣ୍ଟିକ୍‌ କଥା ହିଁ ଆପଣଙ୍କୁ ଶାରୀରିକ ସମ୍ପର୍କ ରଖିବା ଦିଗରେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ।

ଏହାସହ ପଢ଼ନ୍ତୁ: ବେଡ଼ରୁମକୁ ଯିବା ପୂର୍ବରୁ କରନ୍ତୁ ଏହି ପାଞ୍ଚଟି କାମ, ଦାମ୍ପତ୍ୟ ଜୀବନ ହେବ ସୁଖମୟ

ରୋମାଣ୍ଟିକ୍‌ ଡିନର ପ୍ଲାନ୍‌ କରନ୍ତୁ

ସମ୍ପର୍କରେ ମଧୁରତା ଆଣିବାରେ ରୋମାଣ୍ଟିକ୍‌ ଡିନର ସାହାଯ୍ୟ କରିଥାଏ। କ୍ୟାଣ୍ଡେଲ ଲାଇଟ୍‌ ଡିନର ହୋଇଥିଲେ ଆହୁରି ଭଲ। ଏକ ନିକାଞ୍ଚନ ସ୍ଥାନରେ କ୍ୟାଣ୍ଡେଲ ଲାଇଟ୍‌ ଡିନର କରିବା ଦ୍ୱାରା ଆପଣ ପାର୍ଟନରଙ୍କ ସହ ଆହୁରି ନିକଟତର ହୋଇ ପାରିବେ।

ଗିଫ୍ଟ ଦିଅନ୍ତୁ

କପଲ ପରସ୍ପରକୁ ସେକ୍ସି ଗିଫ୍ଟ ଦେବାକୁ ଆଦୌ ପଛଘୁଞ୍ଚା ଦିଅନ୍ତୁ ନାହିଁ। ଏହି ଗିଫ୍ଟ ସାହାଯ୍ୟରେ ଆପଣ ସାଥୀଙ୍କଠାରୁ ଶାରୀରିକ ସମ୍ପର୍କ ଚାହୁଁଛନ୍ତି ବୋଲି ତାଙ୍କୁ ଜଣାନ୍ତୁ। ଯଦି ଆପଣଙ୍କ ସାଥୀ ଗିଫ୍ଟକୁ ଗ୍ରହଣ କରିନେଉଛନ୍ତି ତେବେ ସେ ବି ରାଜି ବୋଲି ବୁଝିଯାଆନ୍ତୁ ଓ ଆଗକୁ ବଢ଼ନ୍ତୁ।

ରୋମାନ୍ସ କରନ୍ତୁ

ସମ୍ବନ୍ଧ ବନାଇବା ବେଳେ ରୋମାନ୍ସ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ରିଲେସନ୍‌ ଯେତେ ପୁରୁଣା ହେଲେ ମଧ୍ୟ ପାର୍ଟନରଙ୍କ ସହ ସବୁବେଳେ ଆଟାଚ୍‌ମେଣ୍ଟ ରଖିଥାନ୍ତୁ। ଏହା ପ୍ରେମର ଏକ ଅଂଶ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.