Below header

ନିଜର କଳା ଯୋଗୁ ସମସ୍ତଙ୍କ ମୁହଁରେ ହସ ଫୁଟାଉଛନ୍ତି ଏହି ରିକ୍ସା ଚାଳକ, ସୋସିଆଲ ମିଡିଆରେ Video ଭାଇରଲ

କଳାକାରମାନଙ୍କ ପାଇଁ କୋୖଣସି ବୟସ ବାଧକ ସାଜି ନ ଥାଏ। ବରଂ ସେମାନଙ୍କ ପାଇଁ ଇଛାଶକ୍ତି ଏବଂ କଠିନ ପରିଶ୍ରମ ସବୁ କିଛି ହୋଇଥାଏ, ଯଦ୍ଦ୍ୱାରା ସେମାନେ ସଫଳତା ଓ ପରିଚୟ ହାସଲ କରିଥାନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ବିହାରର ଜଣେ ରିକ୍ସା ଚାଳକ। ତାଙ୍କ ଘର ବିହାରର ଜାହାନାବାଦ ଅଞ୍ଚଳରେ। ସେ ସୁମଧୁର ସ୍ୱରରେ ବଇଁଶୀ ବଜାଉଥିବାରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ଏହି ରିକ୍ସା ଚାଳକ ଜଣକ ବଇଁଶୀ ବଜାଉଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି। ତାଙ୍କ ନାଁ ବେଜୁ। ବେଜୁ ସୁନ୍ଦର ଭାବେ ବଇଁଶୀ ବଜାଇଥାନ୍ତି, ଲୋକେ କେବଳ ତାହାକୁ ଶୁଣିବା ପାଇଁ ତାଙ୍କ ରିକ୍ସରେ ବସି କିଛି ବାଟ ଯାଆନ୍ତି। ଗ୍ରାହକ ନ ହେଲେ ବି ବେଜୁ ନିଜ ରିକ୍ସା ଉପରେ ବସି ସମସ୍ତଙ୍କ ମନୋରଞ୍ଜନ କରନ୍ତି। ସେ ଯେତେବେଳେ ବଇଁଶୀ ବଜାଇ ରାସ୍ତାରେ ରିକ୍ସା ଚଲାଇ ଯାଆନ୍ତି, ଜାହାନାବାଦର ରାସ୍ତା ସଂଗୀତମୟ ହୋଇଉଠେ। ଯଦି ଭଡ଼ା ମିଳେ ଲୋକଙ୍କୁ ନିଅନ୍ତି, ନଚେତ ବଇଁଶୀ ବଜାଇ ନିଜର ସବୁ ଦୁଃଖକୁ ଭୁଲିବାକୁ ଚେଷ୍ଟା କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.