Below header

ବନ୍ୟା ପାଣିରେ ଗାଧୋଉଥିବା ବେଳେ ଚାଲିଗଲା ୩ ପିଲାଙ୍କ ଜୀବନ

ନିର୍ମାଣଧୀନ କୋଠା ପାଇଁ ଖୋଳା ହୋଇଥିବା ଖାଲରେ ଜମିଥିବା ପାଣିରେ ଗାଧୋଉଥିବା ବେଳେ ବୁଡିଯିବାରୁ ୩ ଜଣଙ୍କ ପିଲାଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀର ମୁକୁନ୍ଦପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ବନ୍ୟା ପାଣି ସାଜିଲା କାଳ । ବନ୍ୟା ପାଣିରେ ଗାଧୋଉଥିବା ବେଳେ ବୁଡି ଚାଲିଗଲା ୩ ଜଣ ପିଲାଙ୍କ ଜୀବନ । ଦିଲ୍ଲୀର ମୁକୁନ୍ଦପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ଖବର ମୁତାବକ, ଦିଲ୍ଲୀର ମୁକୁନ୍ଦପୁର ଅଞ୍ଚଳରେ ଏକ ନିର୍ମାଣଧୀନ ଘର ପାଇଁ ଖୋଳା ହୋଇଥିବା ଖାଲକୁ ଗାଧୋଇବା ପାଇଁ ୩ ଜଣ ପିଲା ଡେଇଁପଡିଥିଲେ । ହେଲେ ସେଠାରେ ବୁଡି ଯାଇଥିଲେ । ଘଟଣା ବିଷୟରେ ଜଣାପଡିବା ପରେ ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ଶୁକ୍ରବାର ଦିନ ୩ଟା ସମୟରେ ଘଟିଥିଲା ବୋଲି ଜଣାପଡିଛି ।

ମୃତ ୩ ଜଣ ପିଲାଙ୍କ ବୟସ ଯଥାକ୍ରମେ ୧୩, ୧୦, ୧୩ ବର୍ଷ । ଏହି ଘଟଣାରେ ପୋଲିସକୁ ଅଭିଯୋଗ ହେବା ପରେ ପୋଲିସ ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ, ଦିଲ୍ଲୀରେ ଯମୁନା ନଦୀରେ ପାଣି ପଶିବା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜୁଛି । ଦୀର୍ଘ ୬ ଦିନ ହେଲାଣି ଦିଲ୍ଲୀବାସୀ ହନ୍ତସନ୍ତ ହେଉଛନ୍ତି । ୪୫ ବର୍ଷର ରେକର୍ଡ ଭାଙ୍ଗିଛି ଦିଲ୍ଲୀ । ଚାରିଆଡେ ବନ୍ୟା ପାଣିରେ ଉବୁଟୁବୁ ହୋଇଛି ଦିଲ୍ଲୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.