Below header

ଶିଶୁକନ୍ୟାକୁ ଚାପିଦେଲା ପରିବା ବୋଝେଇ ପିକ୍‌ଅପ ଭ୍ୟାନ, ଘଟଣାସ୍ଥଳରେ ହିଁ ଉଡିଗଲା ପ୍ରାଣବାୟୂ

ପରିବା ବୋଝେଇ ପିକ୍‌ଅପ ଭ୍ୟାନଟି ଗାଁକୁ ପରିବା ବିକ୍ରି ପାଇଁ ଯାଇଥିଲା । ସେହି ଗାଁର ଲୁସିୟାନ ନାୟକ ପରିବା କିଣିବା ସମୟରେ ତାଙ୍କ ୪ ବର୍ଷର ଝିଅ ଗାଡ଼ି ତଳେ ଆସି ବସି ଯାଇଥିଲା ।

ଗଜପତି(କେନ୍ୟୁଜ୍):  ଶିଶୁକନ୍ୟା ଉପରେ ମାଡ଼ିଗଲା ପିକଅପ୍‌ ଭ୍ୟାନ୍‌। ପରିବା ବୋଝେଇ ପିକ୍‌ଅପ ଭ୍ୟାନ ତଳେ ଚାପି ହୋଇ ଶିଶୁ କନ୍ୟା ମୃତ । ଗଜପତି ଜିଲ୍ଲା ଅଡବା ଥାନା ଗଣ୍ଡାଗୁଡ଼ା ଗାଁରେ ଏହି ଦୁର୍ଘଟଣା ଘଟିଛି । ପରିବା ବୋଝେଇ ପିକ୍‌ଅପ ଭ୍ୟାନଟି ଗାଁକୁ ପରିବା ବିକ୍ରି ପାଇଁ ଯାଇଥିଲା । ସେହି ଗାଁର ଲୁସିୟାନ ନାୟକ ପରିବା କିଣିବା ସମୟରେ ତାଙ୍କ ୪ ବର୍ଷର ଝିଅ ଗାଡ଼ି ତଳେ ଆସି ବସି ଯାଇଥିଲା ।

ଲୁସିୟାନ ପରିବା କିଣିବା ପରେ ଗାଡ଼ିଟି ଆଗକୁ ବଢ଼ିବା ବେଳେ ଶିଶୁକନ୍ୟାଟି ଚକ ତଳେ ଚାପି ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଲୋକଙ୍କୁ ବୁଝାସୁଝା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.