ନିଜ ସ୍ମାର୍ଟଫୋନରେ ଅପଲୋଡ କରନ୍ତୁ ଏହି ଆପ ଆଉ ପ୍ରାଇଭେଟ ରଖନ୍ତୁ ସବୁ ଡାଟା

ସମସ୍ତ ଆଣ୍ଡ୍ରଏଡ ଲଞ୍ଚର କୌଣସି ଉପାୟରେ ଆପ୍ସକୁ ଲୁଚାଇ ପାରନ୍ତି କିନ୍ତୁ ସହଜ ସୁବିଧା ପାଇଁ, ଆମେ ନୋଭା ଲଞ୍ଚର କୁ ବ୍ୟବହାର କରି ପାରିବା । ଆପ୍ସ ଲୁଚାଇବାକୁ, ଆପଣଙ୍କୁ ପ୍ଲେ ଷ୍ଟୋରରୁ ଆପ୍‌ ର ପ୍ରାଇମ ଭର୍ସନ ନେବାକୁ ପଡିବ ।

ଯେତେବେଳେ ପ୍ରାଇଭେସି କଥା ଆସେ କିଛି ୟୁଜର୍ସଙ୍କ ପାଇଁ ଆପ୍ସ ଏବଂ ଡାଟା ଲୁଚାଇବା ଜରୁରୀ ହୋଇଯାଏ । ଫୋନରେ ଆପ୍ସ ଲୁଚେଇବାର ଅନେକ କାରଣ ରହିଥାଏ । ଯେଉଁଥିରେ ଗୁରୁତ୍ୱପୂର୍ଣ୍ଣ ଆପ୍ସ ଏବଂ ଡେଟିଙ୍ଗ ଆପ୍ସ ଗୁଡ଼ିକ ସାମିଲ ରହିଛି । ଏହି ଆପ୍ସ ଗୁଡ଼ିକ ଲୋକଙ୍କ ନଜରରୁ ଲୁଚାଯାଇଥାଏ । ତେବେ ବର୍ତ୍ତମାନର ସ୍ମାର୍ଟଫୋନ କଷ୍ଟମ ସିଷ୍ଟମରେ ରନ କରୁଛି, ଯାହା ଆପ୍ସ ବ୍ୟତୀତ ଡକ୍ୟୁମେଣ୍ଟ, ଇମେଜ୍‌ ଭଳି ଜରୁରୀ ଜିନିଷ ଲୁଚାଇବା କାମରେ ଆସିଥାଏ । ତେବେ ଆଜି ଆମେ ଆପଣଙ୍କୁ ଆଣ୍ଡ୍ରଏଡ ଫୋନରେ କିପରି ଆପ୍ସକୁ ହାଇଡ କରିହେବ ତାହା ଜଣାଇବୁ ।

ଯଦି ଆପଣ ଗୁଗଲ ପିକ୍ସେଲ ଏବଂ ମଟ୍ରୋଲାର କୌଣସି ମଡେଲ ବ୍ୟବହାର କରୁଛନ୍ତି, ତେବେ ଆଣ୍ଡ୍ରଏଡ ଫୋନରେ ଥାର୍ଡ ପାର୍ଟି ଲଞ୍ଚର ଡାଉନଲୋଡ କରି ଆପ୍ସ ଗୁଡ଼ିକ ଲୁଚାଇ ପାରିବେ । ଅନ୍ୟ ସ୍ମାର୍ଟଫୋନ ବ୍ରାଣ୍ଡଗୁଡ଼ିକ ସେମାନଙ୍କର ୟୁଜର ଇଣ୍ଟରଫେସରେ ଅନେକ ଉପାୟ ବ୍ୟବହାର କରନ୍ତି । ତେବେ ଏହାର ଅର୍ଥ ନୁହେଁ ଯେ ଏହି ଥାର୍ଡ ପାର୍ଟି ଲଞ୍ଚର ସେହି ସ୍ମାର୍ଟଫୋନରେ କାମ କରିବ । ଏଥିପାଇଁ ଆପଣଙ୍କୁ ଏକ ଥାର୍ଡ ପାର୍ଟି ଆପ୍ ଡାଉନଲୋଡ କରିବାକୁ ପଡିବ ।

ସମସ୍ତ ଆଣ୍ଡ୍ରଏଡ ଲଞ୍ଚର କୌଣସି ଉପାୟରେ ଆପ୍ସକୁ ଲୁଚାଇ ପାରନ୍ତି କିନ୍ତୁ ସହଜ ସୁବିଧା ପାଇଁ, ଆମେ ନୋଭା ଲଞ୍ଚର କୁ ବ୍ୟବହାର କରି ପାରିବା । ଅଧିକାଂଶ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ନୋଭା ଲଞ୍ଚର୍ ବହୁତ ଶୀଘ୍ର, ସ୍ମଥ ଏବଂ ଷ୍ଟେବଲ ଫିଚର୍ସ ଦେଇଥାଏ । ଆପ୍ସ ଲୁଚାଇବାକୁ, ଆପଣଙ୍କୁ ପ୍ଲେ ଷ୍ଟୋରରୁ ଆପ୍‌ ର ପ୍ରାଇମ ଭର୍ସନ ନେବାକୁ ପଡିବ ।

ଆପ୍ ହାଇଡ କରିବା ପାଇଁ ଏହି ଷ୍ଟେପ ଗୁଡ଼ିକୁ ଫୋଲୋ କରନ୍ତୁ ।
ଗୁଗଲ ପ୍ଲେ ଷ୍ଟୋରରୁ ନୋଭା ଲଞ୍ଚର ଡାଉନଲୋଡ କରନ୍ତୁ । ନୋଭା ଲଞ୍ଚର ଆପ ଖୋଲନ୍ତୁ ଏବଂ ଏହାକୁ ଆପଣଙ୍କର ଡିଫଲ୍ଟ ଲଞ୍ଚର ଭାବରେ ସେଟ୍ କରନ୍ତୁ । ଏହା ପରେ ନୋଭା ସେଟିଙ୍ଗକୁ ଯାଆନ୍ତୁ । ଆପ୍ ଡ୍ରୟର ରେ ଥିବା ହାଇଡ ଆପ୍‌ ଅପ୍ସନ ଦେଖନ୍ତୁ । ଆପଣ ଲୁଚାଇବାକୁ ଚାହୁଁଥିବା ଆପ୍ସ ନିକଟରେ ଥିବା ବକ୍ସକୁ ଚେକ୍‌ କରନ୍ତୁ । ଆକ୍ସେସ କରିବା ପାଇଁ ଆପଣ ଏହାକୁ ଅନହାଇଡ କରି ପାରିବେ କିମ୍ବା ଆପ୍‌ ଡ୍ରୟରରେ ଥିବା ସର୍ଚ୍ଚ ବାରରେ ଖୋଜି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.