ମାଛଗାଁ କେନାଲ ବନ୍ଧରେ ଦୁଇଟି ଘାଇ, ସୃଷ୍ଟି ହେଲା କୃତ୍ରିମ ବନ୍ୟା
ଗୋଟିଏ ତରିକୁନ୍ଦ୍ ଓ ଗୋଟିଏ ଦଳେଇ ଘାଇ ପାଖରେ ୨୦ ଫୁଟର ଘାଇ ହୋଇଥିବା ବେଳେ ଦଳେଇଘାଇ ପାଖରେ ୧୫ ଫୁଟର ଘାଇ ହୋଇଛି।ପାଣି ମାଡ଼ିଯିବାରୁ ଓ ଗ୍ରାମରେ ପାଣି ପଶି ଯିବାରୁ ଲୋକମାନଙ୍କ ନାହିଁ ନଥିବା ଅସୁବିଧା ହେଉଛି।

ଜଗତସିଂହପୁର(କେନ୍ୟୁଜ୍): ଜଗତସିଂହପୁର ଜିଲ୍ଲା ମାଛଗାଁ କେନାଲ ବନ୍ଧରେ ଦୁଇଟି ଘାଇ ହୋଇଛି। ଗୋଟିଏ ତରିକୁନ୍ଦ୍ ଓ ଗୋଟିଏ ଦଳେଇ ଘାଇ ପାଖରେ ୨୦ ଫୁଟର ଘାଇ ହୋଇଥିବା ବେଳେ ଦଳେଇଘାଇ ପାଖରେ ୧୫ ଫୁଟର ଘାଇ ହୋଇଛି।
ପାଣି ମାଡ଼ିଯିବାରୁ ଓ ଗ୍ରାମରେ ପାଣି ପଶି ଯିବାରୁ ଲୋକମାନଙ୍କ ନାହିଁ ନଥିବା ଅସୁବିଧା ହେଉଛି। ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି କେନାଲରେ ପାଣି ଆସିଥିଲା।