Below header

ବ୍ୟାଙ୍କ୍‌ ଲୁଟିବା ପାଇଁ ଚୋର ଖୋଳି ପକାଇଲେ ୩୧୫ ମିଟରର ସୁଢ଼ଙ୍ଗ, ଜାଣନ୍ତୁ ତାପରେ କଣ ହେଲା

ବ୍ୟାଙ୍କ୍‌ ଲୁଟିବା ପାଇଁ ୬ ମାସ ଧରି ବାଟ ଖୋଳୁଥିଲେ ଲୁଟେରା । ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ SBI ବ୍ୟାଙ୍କ ଲୁଟର ଯୋଜନା ବହୁତ ଦିନ ଧରି କରାଯାଉଥିଲା ।

ବ୍ୟାଙ୍କ୍‌ ଲୁଟିବା ପାଇଁ ୬ ମାସ ଧରି ବାଟ ଖୋଳୁଥିଲେ ଲୁଟେରା । ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ SBI ବ୍ୟାଙ୍କ ଲୁଟର ଯୋଜନା ବହୁତ ଦିନ ଧରି କରାଯାଉଥିଲା । ଆଉ ଏଥିପାଇଁ ଡକାୟତ ମାନେ ଗୋଟେ ଦୋକାନରୁ ନେଇ ବ୍ୟାଙ୍କ ପର୍ଯ୍ୟନ୍ତ ଏକ ଲମ୍ବା ସୁଡଙ୍ଗ ଖୋଳି ପକାଇଲେ । ଯଦିଓ ଡକାୟତମାନେ ଏହି ଯୋଜନାକୁ ସଫଳ କରିବା ପୂର୍ବରୁ ସବୁ ଫସର ଫାଟିଗଲା । ଯୋଜନାର ଖୁଲାସା ହୋଇଗଲା । ପୋଲିସକୁ ଅଚାନକ ଏହା ବିଷୟରେ ସୂଚନା ମିଳିଗଲା । ଆଉ ପୋଲିସ ସୁଢ଼ଙ୍ଗର ଯାଞ୍ଚ କରି ଏହା ବିଷୟରେ ଟେର ପାଇଲା ।

୬ ମାସ ଧରି ଖୋଳା ଯାଉଥିଲା ସୁଢ଼ଙ୍ଗ

ରାଜଧାନୀ ଜୟପୁରରେ ଏସବିଆଇ ବ୍ୟାଙ୍କ୍‌ ଲୁଟ କରିବା ପାଇଁ ଡକାୟତମାନେ ଅସମ୍ଭବକୁ ଯଥାସମ୍ଭବ ଚେଷ୍ଟା କରିବାକୁ ଯୋଜନା କରିଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରାୟ ୩୧୫ ମିଟର ଲମ୍ବା ସୁଡଙ୍ଗ ଖୋଳିଦେଲେ ଏହି ଡକାୟତମାନେ । କିନ୍ତୁ ୨୩ ଜାନୁଆରୀରେ ଏକ ଟ୍ରକ ଏହି ଯୋଜନାର ଖୁଲାସା କରିଦେଲା । କୁହାଯାଉଛି ଯେ ଯେଉଁ ଦୋକାନରୁ ସୁଢ଼ଙ୍ଗ ଖୋଳା ଯାଇଥିଲା ସେ ଗତ ୬ମାସ ଧରି ବନ୍ଦ୍‌ ଥିଲା । ଏହି କାରଣରୁ ଏହା ବିଷୟରେ କେହି ବି ଟେର ପାଇପାରିନଥିଲେ ।

ତେବେ କହିବାକୁ ଚାହିଁବୁ ଯେ ଏସବିଆଇ ବ୍ୟାଙ୍କର ଠିକ୍‌ ପଛରେ ଏକ ପରିବା ବଜାର ରହିଛି । ଯେଉଁଠି ଏହି ଦୋକାନଟି ପାଖାପାଖି ୬ ମାସ ହେବ ବନ୍ଦ ପଡିରହିଛି । ଆଉ ଡକାୟତମାନ ଏହି କଥାର ଫାଇଦା ଉଠାଇ ୩୧୫ ମିଟର ପର୍ଯ୍ୟନ୍ତ ସୁଢ଼ଙ୍ଗ ଖୋଳି ପକାଇଲେ । କିନ୍ତୁ ମଙ୍ଗଳବାର ସକାଳେ ଏକ ପିଆଜ ଲୋଡ ହୋଇଥିବା ଟ୍ରକ ଯେତେବେଳେ ସେଠାରେ ପହଁଚିଲା ତ ଉକ୍ତ ଟ୍ରକଟି ସୁଢ଼ଙ୍ଗ ଉପରେ ଯାଇ ରହିଲା । ଯାହାପରେ ମାଟି ଧସିଗଲା । ଆଉ ଯେତେବେଳେ ଟ୍ରକକୁ ସେଠାରୁ ହଟାଗଲା ସେତେବେଳେ ଲୋକଙ୍କୁ ସୁଢ଼ଙ୍ଗ ଦେଖାଗଲା । ଯାହାପରେ ପୋଲିସକୁ ଏ ବାବଦରେ ସୂଚନା ଦିଆଗଲା । ପୋଲିସ ଘଟଣାସ୍ଥଳରେ ପହଁଚି ମାମଲାର ଯାଞ୍ଚ୍‌ ଆରମ୍ଭ କରିଦେଲା ।

ତେବେ କୁହାଯାଉଛି ଯେ ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ନିଜ ହେବାଜତକୁ ନେଇ ପଚରାଉଚୁରା କରୁଛି । ଯେବେକି ଏହି ଘଟଣାରେ ଅନେକ ଲୋକ ସାମିଲ ଅଛନ୍ତି । ସମସ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ପୋଲିସ । ପୋଲିସ ଏବେ ଏହି ମାମଲାର ଯାଞ୍ଚ୍‌ କରୁଛି ଯେ ଏମାନେ ସବୁ ପେଶାଦାର ଅପରାଧୀ ମାନେ ନୁହେଁ ତ । ଏବଂ କେମିତି ଏତେ ବଡ ଯୋଜନା ରଚିଥିଲେ ତା ବିଷୟରେ ଖୋଳତାଡ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.