ICC ପୁରୁଷ ଦିନିକିଆ କ୍ରିକେଟର ଅଫ୍ ଦି ଇୟର ୨୦୨୩ର ବିଜେତା ଘୋଷଣା, ଚତୁର୍ଥ ଥର ପାଇଁ ଟାଇଟଲ ଜିତିଲେ ବିରାଟ କୋହଲି
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତରଫରୁ ବର୍ଷ ୨୦୨୩ର ପୁରସ୍କାର ଘୋଷଣା କରାଯାଇଛି । ବିରାଟ କୋହଲି ଚତୁର୍ଥ ଥର ପାଇଁ ଆଇସିସି ପୁରୁଷ ଦିନିକିଆ କ୍ରିକେଟର ଅଫ୍ ଦି ଇୟରର ପୁରସ୍କାର ଜିତିଛନ୍ତି ।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତରଫରୁ ବର୍ଷ ୨୦୨୩ର ପୁରସ୍କାର ଘୋଷଣା କରାଯାଇଛି । ବିରାଟ କୋହଲି ଚତୁର୍ଥ ଥର ପାଇଁ ଆଇସିସି ପୁରୁଷ ଦିନିକିଆ କ୍ରିକେଟର ଅଫ୍ ଦି ଇୟରର ପୁରସ୍କାର ଜିତିଛନ୍ତି । କୋହଲି ଏହି ଦୌଡ଼ରେ ଭାରତୀୟ ଖେଳାଳି ମହମ୍ମଦ ଶାମି ଓ ଶୁଭମନ ଗିଲଙ୍କ ସହ ନ୍ୟୁଜିଲାଣ୍ଡର ଡେରିଲ ମିଚେଲଙ୍କୁ ପଛରେ ପକାଇ ଦେଇଛନ୍ତି ।
ସେପଟେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ‘ଆଇସିସି ପୁରୁଷ କ୍ରିକେଟର ଅଫ୍ ଦି ଇୟର ୨୦୨୩’ର ଟାଇଟଲ ହାସଲ କରିଛନ୍ତି । କ୍ରିକେଟର ଅଫ୍ ଦି ଇୟର ଆଇସିସିର ସବୁଠାରୁ ବଡ଼ ସମ୍ମାନ ।
ବିରାଟ କୋହଲି ଚତୁର୍ଥ ଥର ପାଇଁ ଦିନିକିଆ କ୍ରିକେଟର ଅଫ୍ ଦି ଇୟର ଜିତିଛନ୍ତି । ଏହାପୂର୍ବରୁ ସେ ୨୦୧୨, ୨୦୧୭ ଏବଂ ୨୦୧୮ରେ ମଧ୍ୟ ଏହି ଟାଇଟଲ ହାସଲ କରିଥିଲେ । କୋହଲି ବର୍ତ୍ତମାନ ସବୁଠାରୁ ଅଧିକ ଥର ଏହି ପୁରସ୍କାର ଜିତିଥିବା ଖେଳାଳି ହୋଇଛନ୍ତି । ସେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସଙ୍କୁ ପଛରେ ପକାଇ ଦେଇଛନ୍ତି, ଯିଏ ତିନିଥର ଏହି ଟାଇଟଲ ବିଜୟୀ ହୋଇଥିଲେ ।
Player of the tournament at the ICC Men’s @cricketworldcup 2023 😎
The extraordinary India batter has been awarded the ICC Men’s ODI Cricketer of the Year 💥 https://t.co/Ea4KJZMImE
— ICC (@ICC) January 25, 2024