Below header

SDMଙ୍କ ଗାଡିକୁ ଓଭରଟେକ୍‌ କଲେ ବୋଲି ଯୁବକଙ୍କୁ ଗୋରୁ ଗାଈ ଭଳି ମାଡ

ଅନ୍ୟ କାହାର ନୁହେଁ SDMଙ୍କ ଗାଡି ଓଭରଟେକ୍‌ କରିବାରୁ ଯୁବକଙ୍କୁ ଆଖି ବୁଜା ମାଡ । ଯାହାର ଚିତ୍ର ଏବେ ଖୁବ୍‌ ଭାଇରାଲ ହେଉଛି ମୋବାଇଲକୁ ମୋବାଇଲ ।

ଗାଡିକୁ ଓଭରଟେକ୍‌ କଲେ ବୋଲି ଯୁବକଙ୍କୁ ଗୋରୁ ଗାଈ ଭଳି ମାଡ । ମଝି ରାସ୍ତାରେ ଯୁବକଙ୍କୁ ନିସ୍ତୁକ ପିଟା ମରା । ଅନ୍ୟ କାହାର ନୁହେଁ SDMଙ୍କ ଗାଡି ଓଭରଟେକ୍‌ କରିବାରୁ ଯୁବକଙ୍କୁ ଆଖି ବୁଜା ମାଡ । ଯାହାର ଚିତ୍ର ଏବେ ଖୁବ୍‌ ଭାଇରାଲ ହେଉଛି ମୋବାଇଲକୁ ମୋବାଇଲ । ଖାଲି କଣ ଏତିକି ଏ କଥା ମୋବାଇଲରୁ ଯାଇ ପଡିଛି ମୁଖ୍ୟମନ୍ତ୍ରୀଙ୍କ କାନରେ ।

ମଧ୍ୟପ୍ରଦେଶର ଉମାରିଆ ଜିଲ୍ଲାରେ ନିୟୋଜିତ ଥିବ ଏସଡିଏମଙ୍କ ଉପରେ ଯୁବକଙ୍କୁ ମାଡ ମାରିବାର ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଅନେକ ଲୋକ ମିଳିମିଶି ଦୁଇ ଯୁବକଙ୍କୁ ପିଟୁଥିବାର ନଜର ଆସୁଛନ୍ତି, ଖାଲି କଣ ସେତିକି, ଯୁବକଙ୍କ ଗାଡିର କାଚକୁ ପିଟି ଭାଙ୍ଗି ଦେଇଛନ୍ତି ।

ଆପଣ ଭାବୁଥିବେ ବିଚ୍‌ ରାସ୍ତାରେ ଯୁବକଙ୍କୁ ଅଟକାଇ ଏମିତି ଗୋରୁ ଗାଈ ଭଳି କିଏ କାହିଁକି ପିଟୁଛନ୍ତି । ତେବେ କହିବାକୁ ଚାହିଁବୁ ଯେ ପୀଡିତ ଯୁବକ ଉମରିୟା ବାନ୍ଧଗଡର ଏସଡିଏମ ଅମିତ୍‌ ସିଂହଙ୍କ ଗାଡିକୁ ଓଭରଟେକ କରିଦେଇଥିଲେ । ବାସ୍‌ ଏତିକିରେ ରାଗିଯାଇଥିଲେ ଏସଡିଏମ ସାର୍‌ । ଏବଂ ଯୁବକଙ୍କ ଗାଡିକୁ ଅଟକାଇ ତାଙ୍କୁ ମାଡ ମାରିଲେ । ଖାଲି କଣ ସେତିକି ନିଜର ଷ୍ଟାଫମାନେ ଲୋକମାନଙ୍କ ଦ୍ୱାରା ବି ଉକ୍ତ ଯୁବକଙ୍କୁ ମାଡ ଖୁଆଇଛନ୍ତି ।

ସୂଚନା ମୁତାବକ ଯେଉଁ ଯୁବକ ମାଡର ଶିକାର ହୋଇଛନ୍ତି, ତାଙ୍କ ନାମ ପ୍ରକାଶ ଦହିୟା । ତାଙ୍କ ମୁଣ୍ଡ, ଗୋଡ ଓ ଶରୀରର ବିଭିନ୍ନ ଅଂଶରେ ଆଘାତ ଲାଗିଛି । ପ୍ରକାଶ କହିଛନ୍ତି ଯେ ଗାଡି ଓଭରଟେକ କରିବା ପରେ ଏସଡିଏମ୍‌ ଲେଖା ଥିବା କାରରୁ ଲୋକମାନେ ତଳକୁ ଓହ୍ଲାଇଲେ ଏବଂ ତାଙ୍କୁ ପିଟିବାକୁ ଲାଗିଲେ । ଖାଲି ପିଟିଲେନି ତାସହିତ କାରର କାଚକୁ ବି ଭାଙ୍ଗିଦେଲେ ।

ତେବେ ଏହିସବୁ ଭିତରେ ଏସଡିଏମ୍‌ ଅମିତ ସିଂହଙ୍କୁ ଯେତେବେଳେ ଘଟଣାକୁ ପ୍ରଶ୍ନ କରାଗଲା ସେତେବେଳେ ସେ କହିଲେ ତାଙ୍କ ନିର୍ଦ୍ଦେଶରେ ଏସବୁ କିଛି ହୋଇନି । ସେ କହିଛନ୍ତି ଯେ ଉକ୍ତ ଯୁବକ ଜଣଙ୍କ ବେପରୁଆ ଭାବେ ଗାଡି ଚଳାଉଥିଲେ ଏବଂ ତାଙ୍କ ସରକାରୀ ଗାଡିକୁ ପଛରୁ ଧକ୍କା ମାରିବାକୁ ଯାଉଥିଲା । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୨ ଜାନୁରଆରୀରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଆୟୋଜିତ କାର୍ଯ୍ୟକ୍ରମ ଉପରେ ନଜର ରଖିବା ପାଇଁ ନିଜ ଗାଡିରେ ବସି ଚାରିଆଡକୁ ନଜର ରଖୁଥିଲେ । ଆଉ ଠିକ୍‌ ଏହି ସମୟରେ ସେ ଦେଖିବାକୁ ପାଇଲେ ଯେ ପୀଡିତ ଯୁବକ ଜଣଙ୍କ ଯେଉଁ କାରରେ ବସିଥିଲେ, ସେହି କାରଟି ବହୁତ ଦୃତ ଗତିରେ ଯାଉଥିଲା । କିନ୍ତୁ ତାଙ୍କ କାର ଡ୍ରାଇଭର କୌଣସି ପ୍ରକାରେ ଧକ୍କା ହେବାରୁ ରକ୍ଷା କରିଦେଲେ । ଆଉ କିଛି ସମୟ ପରେ ଅନ୍ୟ ଲୋକମାନେ ଯୁବକଙ୍କୁ ଘେରିଗଲେ ଏବଂ ତାଙ୍କୁ ପିଟିବାକୁ ଲାଗିଲେ । ଏହା ଦେଖି ଏସଡିଏମ ଗାଡିରୁ ଓହ୍ଲାଇପଡିଲେ ଏବଂ ସ୍ଥିତିକୁ ଶାନ୍ତ କରିବାକୁ ଲାଗିଲେ ।

ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଗାଡିରେ ଉପସ୍ଥିତ ଥିବା ଲୋକମାନେ ବି ତାଙ୍କୁ ମାରିନାହାଁନ୍ତି ବୋଲି ସେ ମନା କରିଦେଲେ । ତେବେ ଏହାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ.ମୋହନ ଯାଦବ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଏସଡିଏମଙ୍କର ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହା ବିଷୟରେ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.