ଆଜି ସାରା ବିଶ୍ୱପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ , ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

କେନ୍ୟୁଜ୍ : ନାରୀ ସର୍ବଂସହା । ଜଗତର ଜନନୀ । ସଶକ୍ତୀକରଣ ବାର୍ତ୍ତା ବିଶ୍ୱର କୋଣ ଅନୁକୋଣରେ ପ୍ରତିଧ୍ୱନିତ ହୋଇଚାଲିଛି । ସମାଜର ପ୍ରତିକ୍ଷେତ୍ରରେ ନାରୀର ଉପସ୍ଥାପନା ପୂର୍ବ ଅପେକ୍ଷା ବଢି ଚାଲିଛି । ତଥାପି ସେ ଅବହେଳିତା, ନିଷ୍ପେଷିତା ଆଉ ନିର‌୍ୟାତିତା । କାହିଁକି ନାରୀ ପ୍ରତି ସମାଜର ମାନସିକତା ବଦଳି ପାରିନାହିଁ । ନାରୀ ସୁରକ୍ଷା ନେଇ ଅନେକ ଆଇନ ପ୍ରଣୟନ ହୋଇଛି । ତଥାପି ସେ ଅସୁରକ୍ଷିତ । ପ୍ରତିବର୍ଷ ମାର୍ଚ୍ଚ ୮ ତାରଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳିତ ହେଉଛି । ଚଳିତ ବର୍ଷର ଥିମ ରହିଛି Think equal, build smart, innovate for change । ଉଦ୍ଦେଶ୍ୟ ଲିଙ୍ଗଗତ ସମାନତା ଓ ମହିଳାଙ୍କୁ ସଶକ୍ତ କରିବାକୁ ନୂଆ ଉପାୟ ବାହାର କରିବା । ୧୯୦୯ରେ ପ୍ରଥମ ଥର ଲାଗି ମହିଳା ଦିବସ ପାଳିତ ହୋଇଥିଲା । ୧୯୭୫ ଜାତିସଂଘ ଦ୍ୱାରା ଏହା ପ୍ରତିବର୍ଷ ପାଳିତ ହେଉଛି । ନୂଆ ନୂଆ ଜ୍ଞାନ କୌଶଳ ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ସମାନତା ଆଣିବାକୁ ଅନେକ ସୁଯୋଗ ରହିଛି । ତଥାପି ମହିଳା-ପୁରୁଷଙ୍କ ମଧ୍ୟରେ ଡିଜିଟାଲ ଡିଭାଇଡ୍‌ ଅଧିକ ରହିଥିବା ଜଣାପଡିଛି । ବିଜ୍ଞାନ, ଇଞ୍ଜିନିୟରିଂ, ପ୍ରଯୁକ୍ତି ବିଦ୍ୟା ଇତ୍ୟାଦି କ୍ଷେତ୍ରରେ ଅସମାନତା ସାମ୍‌ନାକୁ ଆସୁଛି । ତେଣୁ ସମାଜରେ ମହିଳାଙ୍କ ଅଗ୍ରଗତି ପାଇଁ ବୈଜ୍ଞାନିକ ପଦ୍ଧତି ଜରିଆରେ ନୂଆ ନୂଆ ରାସ୍ତା ସହଜରେ ଖୋଲି ପାରୁନାହିଁ । ଏଥିପ୍ରତି ଲୋକଙ୍କୁ ସଚେତନ କରାଇବାକୁ ଚଳିତ ବର୍ଷ ବିଶ୍ୱ ମହିଳା ଦିବସର କ୍ୟାମ୍ପେନ୍‌ ଥିମ୍‌ balance for better ।

ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ :

pmଅନ୍ତର୍ଜାତୀୟ ମହିଳା ଦିବସରେ ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି କହିଛନ୍ତି ମହିଳାମାନେ ସେମାନଙ୍କ ପରିବାର ଓ ରାଷ୍ଟ୍ର ପାଇଁ ପ୍ରେରଣା । ସମସ୍ତ ଯୁବତୀ ଓ ମହିଳାଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ପାଇଁ ସେ ଆହ୍ଵାନ ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍‌ କରି ଅଦମ୍ୟ ନାରୀ ଶକ୍ତକୁ ସାଲ୍ୟୁଟ୍‌ କରଇଛନ୍ତି । ମହିଳା ସଶକ୍ତିକରଣକୁ ଆଗକୁ ନେବା ପାଇଁ ଅନେକ ନିଷ୍ପତ୍ତି ନିଆଯାଇଥିବାରୁ ଗର୍ବିତ ବୋଲି କହିଛନ୍ତି ମୋଦି । ବିଭିନ୍ନ କ୍ଷେତ୍ରରେ ପ୍ରତ୍ୟେକ ମହିଳାଙ୍କ ଉପଲବ୍ଧିକୁ ନେଇ ଗର୍ବିତ ବୋଲି କହିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ତାଙ୍କ ଟ୍ଵିଟର ପେଜ୍‌ରେ ମହିଳାଙ୍କୁ ନେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ମହିଳାଙ୍କ ଉପଲବ୍ଧିକୁ ଦେଖିବାକୁ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.