Below header

ଶୋଇଥିବା ବାଘକୁ ଉଠାଇବା ପଡିଲା ଭାରି, ଦେବାକୁ ପଡିଲା ୫୧ ହଜାର ଜରିମାନା

ରାଜସ୍ଥାନର ରଣଥମ୍ବୋର ବାଘ ରିଜର୍ଭରେ ଥିବା ଏକ ବାଘ ଉପରେ ପଥର ଫୋପଡ଼ାଯିବା ମାମଲା ସାମ୍ନାକୁ ଆସିଛି। କୁହାଯାଉଛି କି, ଜଣେ ପର୍ଯ୍ୟଟକ ଆଉ ତାଙ୍କ ଗାଇଡ୍ ବାଘକୁ ନିଦରୁ ଉଠାଇବା ପାଇଁ ତାହା ଉପରେ ପଥର ଫୋପାଡିଥିଲେ। ତେବେ ଏହି ସଂପୂର୍ଣ୍ଣ ଘଟଣାଟି ସେଠାରେ ଥିବା ସିସିଟିଭିରେ ରେକର୍ଡ ହୋଇଯାଇଥିଲା। ଯାହାଫଳରେ ପର‌୍ୟ୍ୟଟକ ଏବଂ ଗାଇଡକୁ ୫୧ ହଜାର ଟଙ୍କାର ଜରିମାନା ଦେବାକୁ ପଡିଥିଲା।

ଘଟଣାଟି ୨୩ ଏପ୍ରିଲରେ ଘଟିଥିଲା। ଜଣେ ପର‌୍ୟ୍ୟଟକ ବାଘର ଶୋଇଥିବା ଫଟୋ ଉଠାଇବା ପାଇଁ ଭାବିଥିଲେ। ଏନେଇ ସେ ଜିପରେ ବସିବା ସହ ଗାଇଡକୁ ପଥର ଫିଙ୍ଗି ବାଘକୁ ଉଠାଇବାକୁ କହିଥିଲେ। ଫଳରେ ଏହି ସମସ୍ତ ଘଟଣା ସେଠାରେ ଥିବା ସିସିଟିଭିରେ କଏଦ ହୋଇଥିଲା ଏବଂ ପରେ ଏନେଇ ପର‌୍ୟ୍ୟଟକଙ୍କୁ ଜରିମାନା ଦେବାକୁ ପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.