Below header

ଆସୁଛି ନୂଆ ୫୦୦ ଓ ୨୦୦ ଟଙ୍କିଆ ନୋଟ୍‌, ଜାଣନ୍ତୁ କଣ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: ୨୦୧୬ ମସିହାର ବିମୁଦ୍ରାକରଣ ପରେ ସରକାରଙ୍କ ତରଫରୁ ନୂଆକରି ୨୦୦୦, ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ କରାଯାଇଥିଲା । ଏବେ ପୁଣିଥରେ ଆର.ବି.ଆଇ ଏହି ୫୦୦ଓ ୨୦୦ଟଙ୍କିଆ ନୋଟରେ କିଛି ପରିବର୍ତ୍ତନ ଆଣିବାକୁ ଯାଉଛି ବୋଲି ଟ୍ବିଟ କରି ସୂଚନା ଦେଇଛି ।

କଣ ପରିବର୍ତ୍ତନ ହେବ ଏହି ନୋଟ୍‌ରେ

ଭାରତୀୟ ରିଜର୍ଭ ବ୍ୟାଙ୍କ ମୁତାବକ ନୂଆ ୫୦୦ ଓ ୨୦୦ ଟଙ୍କାର ନୋଟ୍‌ରେ ଅଳ୍ପ କିଛି ପରିବର୍ତ୍ତନ କରାଯିବ । ଯେମିତିକି ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଦସ୍ତଖତ ପରିବର୍ତ୍ତେ ବର୍ତ୍ତମାନର ଗଭର୍ଣ୍ଣର ଓଡ଼ିଶାର ଶକ୍ତିକାନ୍ତ ଦାସଙ୍କର ଦସ୍ତଖତ ରହିବ । ମହାତ୍ମା ଗାନ୍ଧିଙ୍କ ଏକ ନୂଆ ସିରିଜ ନୋଟ୍‌ ଉପରେ ଦେଖିବାକୁ ମିଳିବ । ନୂଆ ନୋଟ୍‌ର ଫିଚର୍ସ ପୁରୁଣା ନୋଟ୍‌ ଭଳି ସମାନ ରହିବ ।

ପୁରୁଣା ନୋଟ୍‌ ଉପରେ ପଡ଼ିବ ନାହିଁ ପ୍ରଭାବ

ଆର.ବି.ଆଇ ତରଫରୁ ଏହା ସ୍ପଷ୍ଟ ଭାବେ କୁହାଯାଇଛି ଯେ ନୂଆ ନୋଟ୍‌ର ପ୍ରଚଳନ ଫଳରେ ପୁରୁଣା ନୋଟ୍‌ ଉପରେ କିଛି ବି ପ୍ରଭାବ ପଡ଼ିବ ନାହିଁ । ସେଗୁଡିକ ପୂର୍ବ ପରି ଚାଲୁ ରହିବ ।

ପୂର୍ବରୁ ବି ହୋଇଥିଲା ପରିବର୍ତ୍ତନ

ରିଜର୍ଭ ବ୍ୟାଙ୍କ ତରଫରୁ କିଛି ଦିନ ତଳେ ନୂଆ ୧୦୦ ଟଙ୍କିଆ ନୋଟ ଜାରି କାରାଯାଇଥିଲା । ଆଉ ଏହି ୧୦୦ ଟଙ୍କିଆ ନୋଟ୍‌ରେ ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ରହିଛି । ତେଣୁ ଏହି ୧୦୦ ଟଙ୍କିଆ ନୋଟକୁ ପରିବର୍ତ୍ତନ କରାଯିବ ନାହିଁ । ୨୦୧୮ରେ ହଠାତ ଉର୍ଜିତ ପଟେଲଙ୍କର ଇସ୍ତଫା ପରେ ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଦାୟିତ୍ବ ସମ୍ଭାଳି ଥିଲେ । ତେଣୁ ନୂଆ ନୋଟରେ ନୂଆ ଗଭର୍ଣ୍ଣରଙ୍କ ଦସ୍ତଖତ ଆସିବା ପାଇଁ ଏମିତି କିଛି ପରିବର୍ତ୍ତନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.