ଭାରତ ସହ ୭୦ ବର୍ଷ ସମ୍ପର୍କକୁ ନେଇ ଇଣ୍ଡୋନେସିଆ କରିବାକୁ ଯାଉଛି ସ୍ୱତନ୍ତ୍ର ଡାକ ଟିକେଟ,ଜାଣନ୍ତୁ କଣ ରହିଛି ବିଶେଷତ୍ୱ

ଜାକର୍ତା: ଭାରତ ସହ ଇଣ୍ଡୋନେସିଆର ୭୦ ବର୍ଷ ସମ୍ପର୍କ ପୁରା ହେବା ଅବସରରେ ଇଣ୍ଡୋନେସିଆ ପ୍ରସ୍ତୁତ କରିବାକୁ ଯାଉଛି ଏକ ବିଶେଷ ଆୟୋଜନ । ପ୍ରଥମ ଥର ପାଇଁ ଇଣ୍ଡୋନେସିଆ ଡାକ ଟିକେଟରେ ଭାରତର ରାମାୟଣର ଛବି ରହିବାକୁ ଯାଉଛି । ଜାକର୍ତାରରେ ଥିବା ଭାରତୀୟ ଦୁତାବାସ ତରଫରୁ ଏହି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ  ଭାରତର ରାଜଦୂତ ପ୍ରଦିପ କୁମାର ଓ ଇଣ୍ଡୋନେସିଆର ଉପ ବୈଦେଶିକ ମନ୍ତ୍ରୀ ଅବଦୂର ରହମାନ ମହମ୍ମଦ ଫକିର ଉପସ୍ଥିତ ରହିବେ ବୋଲି ସୁଚନା ମିଳିଛି ।

ସୀତା ମାଙ୍କୁ ରକ୍ଷା କରିବା ପାଇଁ ଜଟାୟୁ ଲଢୁଥିବାର ଛବି ଥିବା ଷ୍ଟାମ୍ପକୁ ଇଣ୍ଡୋନେସିଆ ସରକାର ଉନ୍ମୋଚନ କରିବେ  । ଏହି ଷ୍ଟାମ୍ପକୁ ଇଣ୍ଡୋନେସିଆ କଳାକାର ପଦ୍ମଶ୍ରୀ ବାପକ ନ୍ୟେମାନ ନୂଆର୍ତାଙ୍କ ତରଫରୁ ଡିଜାଇନ କରାଯାଇଛି । ଏହି ଷ୍ଟାମ୍ପକୁ ଫିଲାତ୍ଲେ ମ୍ୟୁଜିୟମରେ ପଦର୍ଶନ କରିବା ପାଇଁ ରଖାଯିବ । ଗତ ବର୍ଷ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ଗ୍ରସ୍ତରେ ଯାଇଥିବା ବେଳେ ଦୁଇ ଦେଶର ୭୦ ବର୍ଷ ସମ୍ପର୍କକୁ ନେଇ ଏହି ଭଳି ପର୍ବ ପାଳନ କରାଯିବା ବୋଲି ନିଷ୍ପତ୍ତି ହୋଇଥିଲା ।

ଇଣ୍ଡୋନେସିଆରେ ୯୦ ପ୍ରତିଶତ ଜନସଂଖ୍ୟା ହେଉଛନ୍ତି ମୁସଲମାନ ଆଉ ଏହି ୯୦ ପ୍ରତିଶତ ଇଣ୍ଡୋନେସିଆର ମୁସଲମାନଙ୍କ ମନ ଭିତରେ ରାମାୟଣକୁ ନେଇ ଏକ ଗଭିର ଭାବନା ରହିଛି । ଇଣ୍ଡୋନେସିଆର ସଂସ୍କୃତିରେ ରାମାୟଣ ଏକ ଅଭିନ୍ନ ଅଂଶ ହୋଇ ରହିଛି । ତେଣୁ ଭାରତ ସହ ସମ୍ପର୍କକୁ ଆଉ ଟିକେ ବଳିଷ୍ଠ କରିବାକୁ ଯାଇ ଏଭଳି ଯୋଜନା କରିଛନ୍ତି ଇଣ୍ଡୋନେସିଆ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.