Below header

ଦୁଇଶହ ମିଟର ଦୌଡ଼ରେ ଦୂତୀ ମାରିଲେ ମେଡାଲ୍‌

ଦୋହା : କାତାରର ଦୋହାରେ ଚାଲିଥିବା ଏସିଆନ୍‌ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ଜିତିଲେ । ୨୩.୨୪ ସେକେଣ୍ଡ ନେଇ ଦୂତୀ ତୃତୀୟ ହୋଇଛନ୍ତି । ସଲଓ୍ଵାର ନସିର (୨୨.୭୪ ସେକେଣ୍ଡ) ଏବଂ କାଝାକସ୍ଥାନର ଓଲଗା ସାଫରୋନୋଭା (୨୨.୮୭ ସେକେଣ୍ଡ) ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି । ଚଳିତ ସିଜିନ୍‌ରେ ଦୂତୀଙ୍କର ୨୦୦ ମିଟର ଦୌଡ଼ରେ ଏହା ଶ୍ରେଷ୍ଠ ପ୍ରଦର୍ଶନ ।

DUTEE IMAGE

ତେବେ ଏହା ସତ୍ତ୍ୱେ ବିଶ୍ୱ ଆଥ୍‌ଲେଟିକ୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଏହା ଯଥେଷ୍ଟ ହୋଇନାହିଁ । ଦୌଡ଼ରାଣୀ ଦୂତୀ ସେମିଫାଇନାଲରେ ୨୩ ଦଶମିକ ୩୩ ସେକେଣ୍ଡରେ ୨୦୦ ମିଟର ଦୌଡ଼ି ଫାଇନାଲ୍‌କୁ ଆସିଥିଲେ ।
ପୂର୍ବରୁ ସେ ୧୦୦ ମିଟର ଦୌଡ଼ରେ ଲଗାତର ଦୁଇଟି ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ ଫାଇନାଲ୍‌କୁ ଯାଇଥିଲେ । ହେଲେ ଫାଇନାଲ୍‌ରେ ପଞ୍ଚମ ସ୍ଥାନ ପାଇ ପଦକରୁ ବଞ୍ଚିତ ହୋଇଥିଲେ ।
ସେପଟେ ମହିଳା ବିଭାଗ ୧୫୦୦ ମିଟର ଦୌଡ଼ରେ ଭାରତର ଚିତ୍ରା ପାଲଖିଜ ଉନ୍ନିକ୍ରିଷ୍ଣନ୍‌ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୪ ମିନିଟ୍‌ ୧୪. ୫୬ ସେକେଣ୍ଡ ନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

DUTEE RECORD

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.