Below header

“ବାଲେଶ୍ୱରରେ ମେଡିକାଲ କଲେଜ କରାଇ ନଦେବାକୁ ହୋଇଥିଲା ଚକ୍ରାନ୍ତ” ବିଜେଡି ସୁପ୍ରିମୋ

ବାଲେଶ୍ୱରରେ ମେଡିକାଲ କଲେଜ କରାଇ ନଦେବାକୁ ହୋଇଥିଲା ଚକ୍ରାନ୍ତ। ଷଡ଼ଯନ୍ତ୍ର କରିଥିଲେ କେନ୍ଦ୍ରର ଜଣେ ଓଡ଼ିଆ ମନ୍ତ୍ରୀ। ମାତ୍ର ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଏମପାୱାର୍ଡ କମିଟି ପାଖରୁ ଅନୁମତି ନେଇ ମେଡିକାଲ କଲେଜ ନିର୍ମାଣ କରିଛନ୍ତି। ବାଲେଶ୍ୱରରେ ନିର୍ବାଚନ ପ୍ରଚାର କରି ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ। ସେହିପରି କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେନି ବୋଲି ଦୋହରାଇଛନ୍ତି। ସାଧାରଣ ସଭା ସହ ରୋଡ ସୋରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ବିଜେଡି ସୁପ୍ରିମୋ।

ଚତୁର୍ଥ ପର‌୍ୟ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର। ବାଲେଶ୍ୱରର ସାଧାରଣ ସଭାରେ ଯୋଗଦେଇ କେନ୍ଦ୍ରରେ ଥିବା ଓଡ଼ିଆ ମନ୍ତ୍ରୀଙ୍କ ବୈମାତୃକ ମନୋଭାବ ନେଇ ବର୍ଷିଛନ୍ତି ନବୀନ। ବାଲେଶ୍ୱରରେ ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ୨୫୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। କେନ୍ଦ୍ର ଦେଇଛି ମାତ୍ର ୧୦୦କୋଟି ଟଙ୍କା ସହାୟତା । ଜଣେ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ଏହି ମେଡିକାଲ କଲେଜ ନିର୍ମାଣକୁ ବିରୋଧ କରୁଥିଲେ। ରାଜ୍ୟ ସରକାର ସୁପ୍ରିମ କୋର୍ଟର ଏମ୍ପାୱାର୍ଡ କମିଟି ପାଖରୁ ଅନୁମତି ନେଇ ମେଡିକାଲ କଲେଜ ନିର୍ମାଣ କରିଛନ୍ତି। ସେହି କେନ୍ଦ୍ର ମନ୍ତ୍ରୀ ଆହାର ଯୋଜନା ବନ୍ଦ କରିବାକୁ ମଧ୍ୟ ଚେଷ୍ଟା କରିଥିବା କହିଛନ୍ତି ନବୀନ। ଫକୀରମୋହନଙ୍କ ମାଟିରେ ସ୍ୱାଭିମାନୀ ଓଡ଼ିଆ ଏହାର ଉଚିତ ଜବାବ ଦେବେ ବୋଲି କହିଛନ୍ତି ନବୀନ। ସେହିପରି କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେନି ବୋଲି କହିଛନ୍ତି।

bls naveen 2
ବାଲେଶ୍ୱର ଲୋକସଭା ଆସନ ପ୍ରଚାର ଗସ୍ତରେ ଯାଇ ଭୋଗରାଇ ପରେ ଜଳେଶ୍ୱର, ବସ୍ତା, ନୀଳଗିରି ଓ ରେମୁଣା ସାଧାରଣ ସଭାରେ ଯୋଗ ଦେଇଥିଲେ ନବୀନ। ବିଜେଡି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଛନ୍ତି । ନବୀନଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀ ଓ ନେତା ଖୁବ ଉତ୍ସାହିତ। ପରେ ବାଲେଶ୍ୱରରେ ରୋଡ ସୋ କରିଥିଲେ ନବୀନ। ନବୀନଙ୍କ ରୋଡ ସୋ ଦେଖିବାକୁ ଜମା ହୋଇଥିଲେ ହଜାର ହଜାର ଜନତା।ବାଲେଶ୍ୱର ପରେ ମୟୂରଭଞ୍ଜ ଲୋକସଭା ଆସନରେ ରୋଡ ସୋ କରିଥିଲେ ନବୀନ। ବୈଶିଙ୍ଗାରୁ ବାରିପଦା ଯାଏ ରୋଡ ସୋ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ନିବେଦନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.