Below header

ପୋଷା ବିଲେଇ ବଞ୍ଚାଇଲେ ମାଲିକର ଜୀବନ, ଭୟଙ୍କର ମୃତ୍ୟୁ ମୁଖରୁ ରକ୍ଷା ପାଇଲେ ଦମ୍ପତ୍ତି ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଇଟାଲୀର ରେଗୁଲିଆରେ କିଛି ଏପରି ଘଟଣା ଘଟିଛି ଯାହା ଶୁଣିବା ମାତ୍ରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଭୂସ୍ଖଳନ ସମୟରେ ଦୁଇଟି ବିଲେଇଙ୍କ କାରଣରୁ ପିୟାନା ଏବଂ ତାଙ୍କ ପତ୍ନୀ ସବରୀନାଙ୍କ ଜୀବନ ବଞ୍ଚି ଯାଇଛି । ଭୂମିକମ୍ପ ସମୟରେ ଦମ୍ପତ୍ତି ନିଜ ଘରେ ଶୋଇଥିଲେ ଓ ଏହି ସମୟରେ ଘରର କିଛି ଅଂଶ ଭୂସ୍ଖଳନ ଦ୍ୱାରା ତଳକୁ ଖସିଯାଇଥିଲା । ଯାହାକୁ ଦେଖି ଘରର ଦୁଇ ବିଲେଇ ଜୋର ଜୋରସେ ଶବ୍ଦ କରି ମାଲିକଙ୍କୁ ଉଠାଇ ଦେଇଥିଲେ ।

ଏହି ଦୁଇ ବିଲେଇଙ୍କ ମାଲିକ ପିୟାନାଙ୍କ କହିବା ଅନୁଯାୟୀ ତାଙ୍କ ବିଲେଇ ସିମ୍ବା ଓ ମୋଷରଙ୍କ ଶବ୍ଦ ଶୁଣି ତାଙ୍କ ପତ୍ନୀ ଉଠି ଯାଇଥିଲେ । ସେ ଉଠି ଦେଖନ୍ତି ତ ତାଙ୍କ ଛାତର ପ୍ଳାଷ୍ଟର ତଳକୁ ଖସିବାରେ ଲାଗିଛି ଏବଂ କାନ୍ଥ ଗୁଡିକ ଫାଟିଯାଉଛି । ଏହି ପରିସ୍ଥିତିକୁ ବୁଝି ତୁରନ୍ତ ଦମ୍ପତ୍ତି ସେହି ଘରୁ ବାହାରକୁ ଚାଲିଯାଇଥିଲେ ଯାହାଦ୍ୱାରା ତାଙ୍କ ଜୀବନ ବଂଚି ଯାଇଥିଲା ।

ଏହାସହ ପଢନ୍ତୁ ବେବି ଫାଏ: ଏହି ଶିଶୁକନ୍ୟା ଶରୀରରେ ପ୍ରତିରୋପଣ ହୋଇଥିଲା ମାଙ୍କଡର ହାର୍ଟ

ସୂଚନା ଅନୁଯାୟୀ ଇଟାଲୀର ଲୀଗୁରିୟା ଅଞ୍ଚଳରେ ଭାରି ବର୍ଷା କାରଣରୁ ନଦୀ ଗୁଡିକରେ ପାଣି ଭରିଯାଇଛି । ଭୂସ୍ଖଳନ ସମୟରେ ଜୀବନ ବଞ୍ଚାଇ ଦମ୍ପତ୍ତି କାର ଆଡକୁ ଦୌଡ଼ି ଥିଲେ କିନ୍ତୁ କାଦୁଅରେ ଫସି ଯାଇଥିଲେ । ଯଦିଓ ସୁରକ୍ଷାକର୍ମୀ ମାନେ ତାଙ୍କୁ ବଞ୍ଚାଇ ଦେଇଥିଲେ । ସେମାନଙ୍କର ଦୁଇ ବିଲେଇ ମଧ୍ୟ ସୁରକ୍ଷିତ ରହିଥିଲେ । ଦମ୍ପତ୍ତି ବାହାରକୁ ଆସିବା କ୍ଷଣି ତାଙ୍କ ଘର ଭୂସ୍ଖଳନରେ ଭାଙ୍ଗି ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.